କଙ୍ଗନାଙ୍କ ପ୍ରତି ଭଲ ପାଇବା ନାହିଁ, ହେଲେ…; ଚାପୁଡ଼ା ମରାଯିବା ଘଟଣାକୁ ନେଇ କ’ଣ କହିଲେ ଶବାନା

ନୂଆଦିଲ୍ଲୀ: ସାଂସଦ ହଉ ହଉ ଚାପୁଡ଼ା ଖାଇଲେ ବଲିଉଡ ଅଭିନେତ୍ରୀ ତଥା ବିଜେପିର ନବ ନିର୍ବାଚିତ ସାଂସଦ କଙ୍ଗନା ରାନାୱତ | ତାଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ୍ ଗାର୍ଡ ଚାପୁଡ଼ା ମାରିଥିଲେ। ଜୁନ ୬ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏବେ ଅଭିଯୁକ୍ତ ସିଆଇଏସ୍ଏଫ୍ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି | ଅନେକ କଙ୍ଗନାଙ୍କୁ ସମର୍ଥନ କରୁଥିବା ବେଳେ ଅନେକ ଅଭିଯୁକ୍ତଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି |

ଏମଧ୍ୟରେ ବଲିଉଡର ବରିଷ୍ଠ କଳାକାର ଶବାନା ଆଜମି କଙ୍ଗନାଙ୍କ ସହ ଘଟିଥିବା ଘଟଣାକୁ ବିରୋଧ କରିଥିବା ଦେଖାଯାଇଛି | ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, “କଙ୍ଗନା ରାନାୱତଙ୍କ ପାଇଁ ମୋର କୌଣସି ଭଲପାଇବା ନାହିଁ। କିନ୍ତୁ ମୁଁ ତାଙ୍କୁ ‘ଚାପୁଡ଼ା’ ଚାପୁଡ଼ା ମରାଯିବ ଘଟଣାକୁ ନେଇ ଖୁସି ମନାଇ ପାରିବି ନାହିଁ | ଯଦି ସୁରକ୍ଷା କର୍ମୀମାନେ ଆଇନ ହାତକୁ ନେବା ଆରମ୍ଭ କରନ୍ତି, ତେବେ ଆମ ମଧ୍ୟରୁ କେହି ସୁରକ୍ଷିତ ରହିପାରିବେ ନାହିଁ।”

ତେବେ କଙ୍ଗନାଙ୍କୁ ମାଡ଼ ମାରିବାର କାରଣ ଜଣାଇ ଅଭିଯୁକ୍ତ କହିଥିଲେ ଯେ, “କଙ୍ଗନା କହିଥିଲେ କୃଷକମାନେ ଆନ୍ଦୋଳନରେ ୧୦୦ ଟଙ୍କା ନେଇ ବସିଛନ୍ତି। ସେ ଯାଇ ସେଠାରେ ବସିବେ କି? ମୋ ମାଆ ସେଠାରେ ବସି ବିରୋଧ ପ୍ରଦର୍ଶନ କରୁଥିବା ବେଳେ ସେ ଏଭଳି କଥା କହିଥିଲେ। ସେ ଦିନଠାରୁ ମୋ ମନରେ ରାଗ ରହିଥିଲା, ଯାହାକୁ ମୁଁ ଚାପୁଡ଼ା ମାରି ସୁଝାଇଛି |”

ସମ୍ବନ୍ଧିତ ଖବର