‘କଲ୍କି’ ପାଇଁ ୭୦କୋଟି ପାରିଶ୍ରମିକ କମାଇଛନ୍ତି ପ୍ରଭାସ, ନେଇଛନ୍ତି ଏତେ କୋଟି

ମୁମ୍ବାଇ : ପ୍ରଶଂସକମାନେ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୯୮୯ ଏଡି’କୁ ଅପେକ୍ଷା କରି ରହିଥିଲେ। ଏହି ଚଳଚ୍ଚିତ୍ରଟି ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି। ରିଲିଜ୍ ପରେ ପରେ ଫିଲ୍ମକୁ ନେଇ ଲୋକେ ପ୍ରତିକ୍ରିୟା ରଖିବା ଆରମ୍ଭ କରିସାରିଲେଣି। ଟ୍ରେଲର ରିଲିଜ୍ ପରେ ଫିଲ୍ମର ଯେତିକି ପ୍ରଶଂସା କରାଯାଉଥିଲା, ରିଲିଜ୍ ପରେ ଏହାକୁ ଅଧିକ ପସନ୍ଦ କରୁଛନ୍ତି ଦର୍ଶନ । ଫିଲ୍ମଟି ୨୦୨୪ର ସବୁଠୁ ବଡ଼ ବ୍ଲକବଷ୍ଟର ହେବ ବୋଲି କୁହାଯାଉଛି ।

ଏମଧ୍ୟରେ ଫିଲ୍ମରେ ଥିବା କଳାକାରଙ୍କ ପାରିଶ୍ରମିକ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଏହି ଫିଲ୍ମ ପାଇଁ ପ୍ରଭାସ ୭୦କୋଟି ପାରିଶ୍ରମିକ କମାଇଛନ୍ତି। ପୂର୍ବରୁ ସେ ଫିଲ୍ମ ପାଇଁ ୧୫୦କୋଟି ନେଉଥିବା ଦାବି କରାଯାଉଥିବା ବେଳେ ଏହି ଫିଲ୍ମ ପାଇଁ ସେ କେବଳ ୮୦କୋଟି ନେଇଛନ୍ତି। ଏହା ସହ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ କମଲ ହାସନ ଏହି ଫିଲ୍ମ ପାଇଁ ୨୦କୋଟି ଲେଖାଏ ନେଇଥିବା ଜଣାପଡ଼ିଛି।

‌ତେବେ ଚଳଚ୍ଚିତ୍ରକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ୍ ବଜାୟ ରଖିବା ପାଇଁ ନିର୍ମାତାମାନେ ପ୍ରତିଦିନ କିଛି ନା କିଛି ଅପଡେଟ୍ ସେୟାର୍ କରୁଥିଲେ, ଯେଉଁଥିପାଇଁ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଥିଲା । ଏବେ ଏହାର ଫଳାଫଳ ନିର୍ମାତ‌ାଙ୍କୁ ମିଳିଛି। କୁହାଯାଉଛି ଯେ, ଫିଲ୍ମଟି ପ୍ରଥମ ଦିନରେ ୨୦୦‌କୋଟି ଆୟ କରିବ। ସୂଚନା ମୁତାବକ, ପ୍ରଥମ ଦିନ ପାଇଁ ଫିଲ୍ମର ୧୯ଲକ୍ଷ ଟିକେଟ ବିକ୍ରି ହୋଇଥିବାରୁ ଫିଲ୍ମର ଆୟ ସହଜରେ ୨୦୦କୋଟି ପାର୍ କରିଯିବ ବୋଲି ଫିଲ୍ମ ସମୀକ୍ଷକମ‌ାନେ ମତ ରଖିଛନ୍ତି ।

ସମ୍ବନ୍ଧିତ ଖବର