ନିର୍ଦ୍ଦେଶକଙ୍କ ଫିଲ୍ମ ଅଫର୍‌ରେ ରାଜି ସୀମା: ନାଚିବା ଓ ରିଲ୍ସ ବାନାଇବା ମୋର ଖୁବ୍‌ ପସନ୍ଦ ବୋଲି କହିଲେ

ନୂଆଦିଲ୍ଲୀ: ପାକସ୍ତାନ ନାଗରିକ ସୀମା ହାଇଦର ଓ ତାଙ୍କ ଭାରତୀୟ ପ୍ରେମିକ ସଚିନଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ଚଳିବା ପାଇଁ ସଚିନଙ୍କ ପରିବାରରେ ଟଙ୍କାର ଅଭାବ ଦେଖା ଦେଇଥିବା ବେଳେ ଉତ୍ତରପ୍ରଦେଶର ନବନିର୍ମାଣ ସେନାର ଅଧ୍ୟକ୍ଷ ତଥା ପ୍ରଯୋଜକ ଅମିତ ଜାନି ସୀମା ଓ ସଚିନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେ ସୀମାଙ୍କୁ ତାଙ୍କର ସିନେମା ପ୍ରଡକସନ ହାଉସ ‘ଜାନି ଫାୟର ଫୋକ୍ସ’ ବ୍ୟାନରରେ ନିର୍ମିତ ହେଉଥିବା ସିନେମାରେ ଅଭିନୟ ପାଇଁ ସଚିନ ଓ ସୀମାଙ୍କୁ ଅଫର ଦେଇଛନ୍ତି।

ତେବେ ଶୁଣିବାକୁ ମିଳୁଛି ଯେ ସୀମା ମଧ୍ୟ ଏହି ପ୍ରସ୍ତାବରେ ରାଜି। ନିର୍ଦ୍ଦେଶକ ସୀମାଙ୍କୁ ଅଗ୍ରୀମ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ। ହେଲେ ନିର୍ଦ୍ଦେଶକଙ୍କୁ ସୀମା ଓ ସଚିନଙ୍କ ପରିବାର ଲୋକ କହିଥିଲେ ଯେ ଯେପର୍ଯ୍ୟନ୍ତ ସମସ୍ତ ଅସୁବିଧ‌ାରୁ ମୁକୁଳି ନାହାନ୍ତି ସେପର୍ଯ୍ୟନ୍ତ ସୀମା ଏପରି କୌଣସି ଅଫର୍‌ ଗ୍ରହଣ କରିବେନି।

ବିଭିନ୍ନ ଯାଞ୍ଚ ଏଜେନ୍ସି ସୀମା ଓ ସଚିନ ସମେତ ତାଙ୍କ ପରିବାରକୁ ପଚରାଉଚରା ଜାରି ରଖିଛନ୍ତି। ଘର ବାହାରେ ପୁଲିସ ମୁତୟନ ରହିଛନ୍ତି। ସୀମା ହୁଅନ୍ତୁ ଅବା ସଚିନ କି ତାଙ୍କ ପରିବାର, କେହି ବାହାରକୁ ବାହାରି ପାରୁ ନାହାନ୍ତି। ଏଥିପାଇଁ ମାସେ ହେବ କାମ ବନ୍ଦ ରହିଛି।

ତେବେ ସୀମା ଗଣମାଧ୍ୟମରେ କହିଛନ୍ତି ଯେ ସେ ଫିଲ୍ମ କରିବାକୁ ପ୍ରସ୍ତୁତ। ମାତ୍ର ଏବେ ସେ ଭାରତ ସରକାରଙ୍କ ନିକଟରୁ କ୍ଲିନ୍‌ଚିଟ୍‌କୁ ଅପେକ୍ଷା କରିଛନ୍ତି। ସୀମା କହିଛନ୍ତି ଯେ ତାଙ୍କୁ ରିଲ୍ସ ବନାଇବା ଓ ନାଚିବାରେ ପୂର୍ବରୁ ସଉକ ଥିଲା। ଯଦି କ୍ଲିନ୍‌ ଚିଟ୍‌ ମିଳେ ତ ସେ ଖୁସି ଖୁସି ସିନେମାରେ ଅଭିନୟ କରିବେ।

ସମ୍ବନ୍ଧିତ ଖବର