ଖାଇବା ଆଣିବାକୁ ଝିଅ ରୋଷେଇ ଘରକୁ ଯାଇଥିବା ବେଳେ ସର୍ପ ଦଂଶନରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୌଶାମ୍ବି ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ୧୪ବର୍ଷର ବାଳିକା ଖାଇବା ଆଣିବା ପାଇଁ ରୋଷେଇ ଘରକୁ ଯାଇଥିବା ବେଳେ ଏକ ବିଷଧର ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ପଶ୍ଚିମ ଶରୀରା ଥାନା ଅମରୁପୁର ଗ୍ରାମରେ ବସବାସ କରୁଥିବା ଅମରନାଥ ରାଜପୁତ ଦିନ ମଜୁରିଆ ଭାବେ କାମ କରନ୍ତି। ଅମରନାଥଙ୍କ  ୧୪ବର୍ଷୀୟ ଝିଅ କରିସ୍ମା ଘରେ ତିଆରି ହୋଇଥିବା ଖାଦ୍ୟ ଆଣିବା ପାଇଁ ରୋଷେଇ ଘରକୁ ଯାଇଥିଲେ। ଏହି ସମୟରେ ରୋଷେଇ ଘରେ ତାଙ୍କ ପାଇଁ ଲୁଚି ବସିଥିଲା ମୃତ୍ୟୁ।

ରୋଷେଇ ଘରେ କଳାନାଗ ସାପ କରିସ୍ମାଙ୍କୁ ଦଂଶନ କରିଥିଲା। ନାଗ ଚେଟରେ କରିସ୍ମା ଯନ୍ତ୍ରଣାରେ ଛଟପଟ ହୋଇ କାନ୍ଦିବାକୁ ଲାଗିଥିଲେ। ତାଙ୍କ କାନ୍ଦ ଶୁଣି ପରିବାରଲୋକ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ।

ଏହାପରେ କରିସ୍ମାଙ୍କୁ ଏକ ନାଗ ସାପ ଦଂଶନ କରିଥିବା ଜାଣି ସଙ୍ଗେସଙ୍ଗେ ଝିଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।କରିସ୍ମାଙ୍କ ଏଭଳି ମୃତ୍ୟୁରେ ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର