ଆମ୍ବୁଲାନ୍ସ-ବାଇକ୍‌ ଧକ୍କା, ୩ ଜଣଙ୍କ ମୃତ୍ୟୁ

ଶିମୋଗା: କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ ଆଜି ଆମ୍ବୁଲାନ୍ସ-ବାଇକ୍‌ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ଶିମୋଗା ଜିଲ୍ଲାର ଶିକରିପୁରା ବ୍ଲକ୍‌ ଅଧୀନସ୍ଥ ତରଳଘଟ୍ଟା ନିକଟରେ ଏକ ଆମ୍ବୁଲାନ୍ସ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ବାଇକ୍‌ରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆମ୍ବୁଲାନ୍ସଟି ଶିମୋଗାରୁ ହାବେରୀକୁ ଯାଉଥିବା ବେଳେ ବାଇକ୍‌ଟି ଶିକରିପୁରାରୁ ହସଯୋଗାକୁ ଯାଉଥିଲା। ମୃତକମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ‌‌ହେଉଛନ୍ତି ପ୍ରସନ୍ନ (୨୫), କାର୍ତ୍ତିକ (୨୭) ଏବଂ ଅଜୟ (୨୫)। ଶିକରିପୁରା ଗ୍ରାମୀଣ ଥାନା ପୁଲିସ ଉକ୍ତ ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି। ଶୁକ୍ରବାର ଦିନରେ କର୍ଣ୍ଣାଟକର ହାବେରୀ ଜିଲ୍ଲାରେ ଅନ୍ୟ ଏକ ଦୁର୍ଘଟଣାରେ ୩ ଶିଶୁଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର