ଯେତେ ଏକାଠି ହେଉଛ ହୁଅ, ୨୦୨୪ରେ ମୋଦୀ ହିଁ ପ୍ରଧାନମନ୍ତ୍ରୀ ହେବେ: ଶାହା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିହାରର ପାଟନାରେ ବିରୋଧୀ ଦଳର ବୈଠକ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ୨୦୨୪ ମସିହାରେ ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଜମ୍ମୁରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ଅମିତ ଶାହା ମଧ୍ୟ ବିରୋଧୀ ଦଳଙ୍କ ଏକତା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଯାହା ବି କରନ୍ତୁ, ଏହା ନିଶ୍ଚିତ ଯେ ୨୦୨୪ରେ ମୋଦୀ ଜି ୩୦୦ରୁ ଅଧିକ ଆସନ ଜିତିବେ | ଜମ୍ମୁରେ ଲୋକଙ୍କୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି, “ଆଜି ପାଟନାରେ ଏକ ଫଟୋ ସେସନ ଚାଲିଛି। ସମସ୍ତ ବିରୋଧୀଦଳ ନେତା ଗୋଟିଏ ମଞ୍ଚକୁ ଆସୁଛନ୍ତି ଏବଂ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଆମେ ବିଜେପି ଏବଂ ମୋଦୀ ଜିଙ୍କୁ ଚ୍ୟାଲେଞ୍ଜ କରିବୁ। ମୁଁ ବିରୋଧୀ ନେତାମାନଙ୍କୁ କହିବାକୁ ଯେ ଆପଣ ଯେତେ ହାତ ମିଳାନ୍ତୁ ପଛେ ଆପଣ ଏକାଠି ହୋଇପାରିବେ ନାହିଁ ଏବଂ ଆପଣ ଏକାଠି ନିର୍ବାଚନ ଲଢ଼ିଲେ ମଧ୍ୟ ଏହା ନିଶ୍ଚିତ ଯେ ୨୦୨୪ରେ ମୋଦୀ ଜୀ ୩୦୦ରୁ ଅଧିକ ଆସନରେ ବିଜୟୀ ହେବେ ଓ ମୋଦୀ ଜୀଙ୍କୁ ୨୦୨୪ରେ ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ |

ଅମିତ ଶାହା ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ମୋଦୀ ଜୀ ୯ବର୍ଷ ମଧ୍ୟରେ ଦେଶର ବିକାଶ କରିଛନ୍ତି। ୟୁପିଏ ଶାସନର ୧୦ ବର୍ଷ ମଧ୍ୟରେ ଆତଙ୍କବାଦୀ ଘଟଣା ଘଟୁଥିଲା | କଶ୍ମୀରକୁ ସବୁବେଳେ ତିନୋଟି ପରିବାର ଶାସନ କରିଆସୁଛନ୍ତି। ମୋଦୀ ଜିଙ୍କ ନେତୃତ୍ୱରେ ଏକ ନୂତନ ଜମ୍ମୁକଶ୍ମୀର ଗଠନ କରାଯାଉଛି। ଶାହା କହିଛନ୍ତି ଯେ ଆଜି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶହୀଦ ଦିବସ। ମୁଖାର୍ଜୀଙ୍କ ବଳିଦାନ ହେତୁ ଧାରା ୩୭୦ ସମାପ୍ତ ହେଲା | ଯେତେବେଳେ ଧାରା ୩୭୦ କାର୍ଯ୍ୟକାରୀ ହେଲା, ଶ୍ୟାମା ପ୍ରସାଦ ମୁଖାର୍ଜୀ ଏହାକୁ ବିରୋଧ କରି କହିଥିଲେ | ଏଥିପାଇଁ ସେ ସତ୍ୟାଗ୍ରହ କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା | ଆମେ ସମସ୍ତେ ଜାଣୁ ତାଙ୍କୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର