୫ ମାସରେ ଦ୍ଵିତୀୟଥର ପାଇଁ ଆମେରିକାରେ ଥିବା ବାଣିଜ୍ୟ ଦୂତାବାସରେ ଆକ୍ରମଣ କଲେ ଖଲିସ୍ତାନି ସମର୍ଥକ

ନ୍ୟୁୟର୍କ: ଗତକାଲି ରବିବାର ବିଳମ୍ବିତ ରାତିରେ ଆମେରିକାର ସାନଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସରେ ଖଲିସ୍ତାନି ସମର୍ଥକମାନେ ଆକ୍ରମଣ କରିଛନ୍ତି | ସମର୍ଥକମାନେ ଦୂତାବାସରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ | ମିଳିଥିବା ସୂଚନା ମୁତାବକ ଖଲିସ୍ତାନି ସମର୍ଥକମାନେ ବିଳମ୍ବିତ ରାତି ପ୍ରାୟ ୧:୩୦ ରୁ ୨:୩୦ ମଧ୍ୟରେ ବାଣିଜ୍ୟ ଦୂତାବାସରେ ନିଆଁ ଲଗାଇ ଦେଇଥିଲେ |କିନ୍ତୁ ସାନଫ୍ରାନ୍ସିସ୍କୋ ଅଗ୍ନିଶମ ବିଭାଗ ତୁରନ୍ତ ନିଆଁକୁ ଲିଭାଇ ଦେଇଥିଲା। ତେବେ ଦୂତାବାସରେ ବିଶେଷ କିଛି କ୍ଷତି ହୋଇ ନାହିଁ। ଏଥିସହିତ ଏହି ଘଟଣାରେ କୌଣସି କର୍ମଚାରୀ ଆହତ ହୋଇନାହାଁନ୍ତି। ଖାଲିସ୍ତାନ ସମର୍ଥକମାନେ ମଧ୍ୟ ଏହି ଘଟଣା ସମ୍ପର୍କରେ ଏକ ଭିଡିଓ ଜାରି କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଟ୍ୱିଟ କରି କହିଛନ୍ତି ଯେ ସାନଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ହୋଇଥିବା ଭଙ୍ଗାରୁଜା ତଥା ଅଗ୍ନିକାଣ୍ଡ ଉଦ୍ୟମକୁ ଆମେରିକା ଦୃଢ ନିନ୍ଦା କରୁଛି।

ବିଦେଶୀ କୂଟନୀତିଜ୍ଞଙ୍କ ପ୍ରତି ହିଂସା ଆମେରିକାରେ ଅପରାଧ ହୋଇଥିବାବେଳେ ଉଲ୍ଲେଖ ଥାଉ କି ମାର୍ଚ୍ଚ ମାସରେ ସାନଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା | ଏହି ଘଟଣାକୁ ଭାରତ ସରକାର ଏବଂ ଭାରତୀୟ-ଆମେରିକୀୟମାନେ ଦୃଢ ଭାବରେ ନିନ୍ଦା କରିଥିଲେ | ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ । ମାର୍ଚ୍ଚ ମାସରେ ଆମେରିକାରେ ହୋଇଥିବା ବିରୋଧ ସମୟରେ ଖଲିସ୍ତାନି ସମର୍ଥକମାନେ ଭାରତ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହା ବ୍ୟତୀତ ଦୂତାବାସ ପରିସରରେ ଦୁଇଟି ଖଲିସ୍ତାନି ପତାକା ଲଗାଯାଇଥିଲା।

ସମ୍ବନ୍ଧିତ ଖବର