ସୁଇମିଙ୍ଗ ପୁଲରୁ ବାହାରକୁ ଆସିବାର କିଛି ସମୟ ପରେ ଚାଲିଗଲା ୧୫ବର୍ଷିୟ ବାଳକର ଜୀବନ

ମିରଟ: ସୁଇମିଙ୍ଗ ପୁଲରୁ ବାହାରକୁ ଆସିବାର କିଛି ସମୟ ପରେ ଚାଲିଗଲା ୧୫ବର୍ଷିୟ ବାଳକର ଜୀବନ | ଉତ୍ତରପ୍ରଦେଶର ମିରଟରେ ଘଟିଛି ଏଭଳି ଘଟଣା | ସାଙ୍ଗମାନଙ୍କ ସହ ସୁଇମିଙ୍ଗ କରୁଥିବା ବେଳେ ବାଳକଜଣକ ସୁଇମିଙ୍ଗ ପୁଲରୁ ବାହାରି କିଛି ଦୂର ଚାଲି ଚାଲି ଯିବା ପରେ ଟଳି ପଡ଼ିଥିଲେ | ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି |

ପୁଲିସର ସୂଚନାନୁସାରେ ମୃତ ବାଳକଜଣକ ସିୱାଲଖାସର ଇସଲାମ ଥିଲେ ବୋଲି ଜଣାପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସଲାମ ସ୍କୁଲରୁ ଆସିବା ପରେ ସାଙ୍ଗମାନଙ୍କ ସହିତ ସୁଇମିଂ ପୁଲକୁ ଚାଲିଯାଇଥିଲା | ସୁଇମିଂ କରିବା ପରେ ସେ ବାହାରକୁ ଆସୁ ଆସୁ ଅଚେତ ହୋଇ ତଳେ ପଡିଯାଇଥିଲେ | ହୃଦଘାତ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଏବେ ପୁଲିସ ଡାକ୍ତରଙ୍କ ରିପୋର୍ଟକୁ ଅପେକ୍ଷା କରିଛି | ଇସଲାମଙ୍କ ପରିବାର କୌଣସି ଏତଲା ଦେଇନଥିଲେ ବି ପୁଲିସ ଏବେ ନିଜ ଆଡୁ ତଦନ୍ତ କରିବା ଆରମ୍ଭ କରିଛି |

ସମ୍ବନ୍ଧିତ ଖବର