ନିର୍ବାଚନ ଜିତିବା ପରେ ୫ଦିନରେ ୮୭୧କୋଟି ବଢ଼ିଲା ଚନ୍ଦ୍ରବାବୁଙ୍କ ସମ୍ପତ୍ତି !

ନୂଆଦିଲ୍ଲୀ: ଆନ୍ଧପ୍ରଦେଶରେ ଏଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ। ବହୁମତ ହାସଲ କରି ବିଜୟୀ ହେବା ପରେ ଏବେ ମୁଖ୍ୟମନ୍ତ୍ରୀ ହେବେ ଚନ୍ଦ୍ରବାବୁ | ଏକ ସୂତ୍ରରୁ ଜଣାପଡ଼ିଛି ଯେ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ଗ୍ରହଣ ସମାରୋହକୁ ଜୁନ୍‌ ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହାପୂର୍ବରୁ ସେ ଜୁନ୍ ୯ ରେ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଥିଲା। ତେବେ ଶପଥ ଗ୍ରହଣ ଚର୍ଚ୍ଚା ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି |

ନିର୍ବାଚନର ଫଳାଫଳ ଆସିବା ପରଠୁ ଚନ୍ଦ୍ରବାବୁଙ୍କ ପରିବାରର ସମ୍ପତ୍ତି ବୃଦ୍ଧି ପାଇଥିବା ଜଣାପଡିଛି | କୋଟିଏ କି ୨କୋଟି ନୁହେଁ ଏକ ସାଙ୍ଗରେ ୮୭୧କୋଟି | ଆଜ୍ଞା ହଁ, ଗତ ସପ୍ତାହରେ ନାଇଡୁ ପରିବାର ମୋଟ ୧୩୧୯ କୋଟିର ମାଲିକ ଥିବା ବେଳେ ଏବେ ଏହା ୨୧୯୦ କୋଟିରେ ପହଞ୍ଚିଛି | ସେୟାର ବଜାର ପାଇଁ ଏହି ବୃଦ୍ଧି ଘଟିଥିବା ଜଣାପଡିଛି | ଚନ୍ଦ୍ରବାବୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା କମ୍ପାନି ହେରିଟେଜ୍ ଫୁଡ୍ସ ଲିମିଟେଡର ଷ୍ଟକ୍ ପାଇଁ ନାଇଡୁ ପରିବାର ଲାଭବାନ ହୋଇଛନ୍ତି | ଫଳାଫଳ ଘୋଷଣା ଦିନ ଷ୍ଟକ୍ ମାର୍କେଟ ଖସିବା ସହ ନିବେଶକଙ୍କ ଟଙ୍କା ବୁଡି ଯାଉଥିବା ବେଳେ ହେରିଟେଜ୍ ଫୁଡ୍ସ ଲିମିଟେଡର ଷ୍ଟକ୍ ବୃଦ୍ଧି ପାଇଥିଲା, ଯାହା ସେମାନଙ୍କୁ ୮୭୧କୋଟିର ଲାଭ ଦେଇଥିଲା |

ତେବେ ଆନ୍ଧ୍ରପ୍ରଦେଶରେ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ​​ଟିଡିପି ଭଲ ପ୍ରଦର୍ଶନ କରିଛି। ପ୍ରଦର୍ଶନକୁ ଦେଖି ଏବେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ରାଜ୍ୟଭାର ସମ୍ଭାଳିବାକୁ ଯାଉଛନ୍ତି | ଟିଡିପିର ଏହି ଭଲ ପ୍ରଦର୍ଶନ ଯୋଗୁ ହେରିଟେଜ୍ ଫୁଡ୍ସର ସେୟାର ଏବେ ଏକ ରକେଟରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର