ସ୍ବାମୀ ଦୁଷ୍କର୍ମ ମାମଲାରେ ଜଡ଼ିତ ଥିବା ଘଟଣାକୁ ସତ ଭାବି ସ୍ତ୍ରୀ ‌ହେଲେ ଠକେଇର ଶିକାର

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗତ ବୁଧବାର ପୁଲିସ ସୂତ୍ରରୁ ପ୍ରକାଶ,ସାଇବର ଅପରାଧୀମାନେ ଏନଡିଏମସି ଅଧିକାରୀଙ୍କ ସ୍ତ୍ରୀଙ୍କ ଠାରୁ ୨ଲକ୍ଷ ଟଙ୍କାର ଠକି ନେଇଥିବା ଅଭିଯୋଗ ହୋଇଥିଲା।

ପୀଡ଼ିତ ପୁଲିସରେ ଅଭିଯୋଗ କରି କହିଥିଲେ, ମଇ ୨୧ ତାରିଖରେ ମୋର ସ୍ତ୍ରୀଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। କଲ କରିଥିବା ବ୍ୟକ୍ତି ଜଣକ ନିଜକୁ ସିବିଆଇ କ୍ରାଇମ ବ୍ରାଞ୍ଚର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଏହାପ‌ରେ ସେ ମୋ ସ୍ତ୍ରୀଙ୍କୁ କହିଥିଲେ, ‘ତୁମର ସ୍ବାମୀ ଏକ ଦୁଷ୍କର୍ମ ମାମଲାରେ ଜଡ଼ିତ ଅଛନ୍ତି।  ତାଙ୍କୁ ଯଦି ଉଦ୍ଧାର କରିବାକୁ ଚାହୁଁଛ ୨ଲକ୍ଷ ଟଙ୍କା ଦିଅ । ନଚେତ ଏ ଖବର ଗଣମାଧ୍ୟମରେ ବାଜି ଉଠିବ।

ତେଣୁ ସ୍ତ୍ରୀ ମୋତେ ବଞ୍ଚାଇବା ପାଇଁ କାହାକୁ କିଛି ନଜଣାଇ ଫୋନ କରିଥିବା ବ୍ୟକ୍ତି ଜଣଙ୍କୁ ୨ଲକ୍ଷ ଟଙ୍କା ପଠାଇ ଦେଇଥିଲେ। ଏହି ଟଙ୍କା ପାଇବା ପରେ ଉକ୍ତ ବ୍ୟକ୍ତି ଜଣକ ସ୍ତ୍ରୀଙ୍କୁ ଆହୁରି ୧.୫ଲକ୍ଷ ଟଙ୍କା ଆହୁରି ମାଗିଥିଲେ।

ମୁଁ ଯେତେବେଳେ  ଡିୟୁଟି ସାରି ଘରେ ପହଞ୍ଚିଥିଲି ସ୍ତ୍ରୀ ମୋର ଭୟଭୀତ ଅବସ୍ଥାରେ ଥିଲେ। ମୁଁ ତାଙ୍କୁ କାରଣ ପଚାରିବାରୁ ସେ  ମୋତେ ସବୁ ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ଆମେ ନାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଠକେଇର ଅଭିଯୋଗ କରିଥିଲୁ।’

ଦମ୍ପତିଙ୍କ ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୧୯ ଓ ୪୨୦‌ ଆଧାରରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର