କାର୍ ଉପରେ ଟ୍ରକ୍ ଓଲଟି ପଡ଼ିବାରୁ ୩ଜଣକ ମୃତ୍ୟୁ

ବାନ୍ଦା: କାର୍ ଉପରେ ଟ୍ରକ୍ ଓଲଟି ପଡ଼ିବାରୁ ୩ଜଣକ ମୃତ୍ୟୁ। ୟୁପିର ବାନ୍ଦା ଜିଲ୍ଲାରେ ଘଟିଥିବା ଦୁର୍ଘଟଣା ଏକ ପରିବାର ଜୀବନ ନେଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏହା ସହ ଜଣେ ଶିଶୁକନ୍ୟା ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ତାଙ୍କର ପୁଅ ଅଛନ୍ତି। ସେମାନେ କାରରେ ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା‌ ପରେ ଏହି ତିନିଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପୁଲିସ ମୃତଦେହକୁ ଏବେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ମୃତକଙ୍କ ପରିବାର ଉପରେ ଏବେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି।

ପୁଲିସର ସୂଚନା ମୁତାବକ, ନବୋଦୟରେ ଶିକ୍ଷକ ଥିବା ବ୍ୟକ୍ତି ପୁଅ-ଝିଅ ଓ ପତ୍ନୀଙ୍କୁ ନେଇ କାରରେ ଯାଉଥିବା ବେଳେ ସତନା-ମୌହର ରୋଡରେ ଥିବା ଟୋଲ ପ୍ଲାଜା ନିକଟରେ ଦୁର୍ଘଟଣା ଘଟିଥିଲା। ଟ୍ରକଟି ପ୍ରଥମେ କାରକୁ ଧକ୍କା ଦେବା ପରେ କାର ଉପରକୁ ଓଲଟି ପଡ଼ିଥିଲା। ଏହା ଫଳରେ ସ୍ୱାମୀ, ସ୍ତ୍ରୀ ଏବଂ ତାଙ୍କ ପୁଅର ମୃତ୍ୟୁ ଘଟିଥିଲା। ହେଲେ କାର୍ ଭିତରେ ଥିବା ଶିକ୍ଷକଙ୍କ ଝିଅ ଅଳ୍ପକେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର