ଦିଲ୍ଲୀ କୋଚିଂ ସେଣ୍ଟରରେ ନିଆଁ: ଛାତ୍ରମାନେ ଝରକା ବାଟେ ଡେଇଁଲେ

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ଗୁରୁବାର ନିଆଁ ଲାଗିବା ପରେ ଏଥିରେ ଅଧ୍ୟୟନରତ ଛାତ୍ରମାନେ ଜୀବନ ବିକଳରେ ଝରକା ବାଟେ ବାହାରକୁ ଡେଉଁଥିବାର ଦେଖିବାକୁ ମିଳିଥିଲା। ପ୍ରାୟ ୧୧ଟି ନିଆଁଲିଭା ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାରମ୍ଭିକ ସୂଚନା ଅନୁସାରେ, ଗୁରୁବାର ଦିନ ସାଢ଼େ ୧୨ଟା ସମୟରେ କୋଚିଂ ସେଣ୍ଟରରେ ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗ ଜାରି କରିଥିବା ଭିଡ଼ିଓରେ ନିଆଁଲିଭା କର୍ମଚାରୀମାନେ ଛାତ୍ରମାନଙ୍କୁ ଝରକା ଦେଇ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି। ଆଉ ଏକ ଭାଇରାଲ ଭିଡ଼ିଓରେ ଛାତ୍ରମାନେ ତାର ସାହାଯ୍ୟରେ ବାହାରୁଥିବା ଦେଖାଯାଉଛି। ଚାରିଜଣ ଛାତ୍ର ଝରକାରୁ ଡେଇଁବା ବେଳେ ଆହତ ହୋଇଥିବା ଦିଲ୍ଲୀ ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି। ନିଆଁ ଏତେ ଭୟଙ୍କର ନ ଥିଲା ଏବଂ ଇଲେକ୍ଟ୍ରିକ୍ ମିଟରରୁ ନିଆଁ ଲାଗିଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର