ହିନ୍ଦୁ ଧର୍ମ ମୋ ମାର୍ଗଦର୍ଶକ: ସୁନକ

ଲଣ୍ଡନ: ବ୍ରିଟେନରେ ସଂପ୍ରତି ନିର୍ବାଚନର ପାଣିପାଗ। ଆସନ୍ତା ସପ୍ତାହରେ ମତଦାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାସକ କନ‌ଜରଭେଟିଭ୍‌ ପାର୍ଟିକୁ ହରାଇ ବିରୋଧୀ ଲେବର୍‌ ପାର୍ଟି ନିର୍ବାଚନ ଜିତିବ ବୋଲି ଅନେକ ସଂସ୍ଥା ପୂର୍ବାନୁମାନ କରିଛନ୍ତି। ଏହି ସମୟରେ, ତାଙ୍କ ଧର୍ମକୁ ନେଇ ଦେଶରେ ଚାଲିଥିବା ଦ୍ବନ୍ଦ୍ବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୁନକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,, ତାଙ୍କୁ ‘ପାକି’ (ପାକିସ୍ତାନୀ ମୁସଲିମ୍‌) କହି ଅନେକ ସମାଲୋଚନା କରନ୍ତି, କିନ୍ତୁ ସେ ଜଣେ ପକ୍କା ହିନ୍ଦୁ। ହିନ୍ଦୁ ଧର୍ମ ତାଙ୍କୁ ସର୍ବଦା ମାର୍ଗଦର୍ଶନ କରିଆସିଛି। ଏହି ଧର୍ମଦ୍ବାରା ଅନୁପ୍ରାଣୀତ ହୋଇ ସେ ଲୋକସେବା କରିବାକୁ ଆଗେଇ ଆସିଛନ୍ତି ବୋଲି ସୁନକ କହିଛନ୍ତି। ସେ କହିଛନ୍ତି, ଭଗବତ ଗୀତା ନାମରେ ଶପଥ ନେଇ ଜଣେ ସାଂସଦ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି। ମୋ ହିନ୍ଦୁ ଧର୍ମ ମୋତେ କେବେଳ ନିଷ୍ଠାପର ଭାବେ କର୍ତ୍ତବ୍ୟ ପାଳନ କରିବାକୁ କହିଛି ଏବଂ ଫଳାଫଳ ନେଇ କୌଣସି ଚିନ୍ତାନାହିଁ।

ସମ୍ବନ୍ଧିତ ଖବର