ମୁଁ ଆପଣଙ୍କୁ ଛାଡ଼ି କୁଆଡ଼େ ଯିବି ନାହିଁ: ନୀତୀଶ

ହସରେ ଫାଟିପଡ଼ିଲେ ପ୍ରଧାନମନ୍ତ୍ରୀ

ପାଟନା: ବାରମ୍ବାର ମେଣ୍ଟ ବଦଳାଇବାର ଅପଖ୍ୟାତି ମୁଣ୍ଡାଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ ଏଭଳି ଏକ ବୟାନ ରଖିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଜୋର୍‌ରେ ହସିଉଠିଥିଲେ। ବିହାରର ଔରଙ୍ଗାବାଦରେ ଏକ ଜନସମାବେଶକୁ ସମ୍ବୋଧିତ କରି ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ, ମୁଁ ସର୍ବଦା ବିଜେପି ନେତୃତ୍ୱାଧୀନ ଏନଡିଏ ସହିତ ରହିବି ଏବଂ ଏଠାରୁ ଅନ୍ୟ କେଉଁଠିକୁ ଯିବି ନାହିଁ। ‘ଆପଣମାନେ ପୂର୍ବରୁ ମଧ୍ୟ ଆସିଥିଲେ କିନ୍ତୁ ମୁଁ ନିଖୋଜ ହୋଇଯାଇଥିଲି। କିନ୍ତୁ ମୁଁ ଏବେ ଆପଣଙ୍କ ସହିତ ଅଛି। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ମୁଁ ଏଠାରୁ ଆଉ ସେଠାକୁ ଯିବି ନାହିଁ । ମୁଁ କେବଳ ଆପଣଙ୍କ ସହିତ ରହିବି।’ ନୀତୀଶଙ୍କ ଏହି ବୟାନ ମଞ୍ଚରେ ହାସ୍ୟରୋଳ ସୃଷ୍ଟି କରିଥିବା ବେଳେ ତାଙ୍କର ଏଭଳି ପ୍ରତିଶ୍ରୁତି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର