ଗୁରୁତର ସୈନିକ କହି‌ଲେ, ‘ଶତ୍ରୁ ଧରି ନେବା ପୂର୍ବରୁ ସାଥୀ ମୋତେ ମାରିଦିଅ’

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧର ଏକ ଭିଡିଓ ସମ୍ନାକୁ ଆସିଛି। ଯେଉଁଥିରେ ତିନିଜଣ ରୁଷ ସୈନିକ ଏକ ଖୋଲା ପଡ଼ିଆ ଦେଇଯାଉଥିବା ଦେଖିବାକୁ ମିଳୁଛି। ଏଥିରେ ହଠାତ ଏକ ଛୋଟ ଡ୍ରୋନ ଉଡ଼ି ଆସି ସୈନିକଙ୍କ ଉପରେ ଆକ୍ରମଣ କରୁଛି।  ଆକ୍ରମଣ କରିବାର କିଛି ସମୟ ପରେ ଡ୍ରୋନଟି ଫାଟି ଯାଉଛି। ୟୁକ୍ରେନରେ ଏଭଳି ଆକ୍ରମଣକୁ ଏଫପିଭି ଡ୍ରୋନ ଆକ୍ରମଣ କୁହାଯାଇଥାଏ।

ଡ୍ରୋନ ଆକ୍ରମଣରେ ତିନିଜଣ ସୈନିକଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇ ପଡ଼ିଆରେ ପଡ଼ି ଯାଇଥିଲେ। ଏହାପରେ ସେ ତାଙ୍କ ପଛରୁ ଆସୁଥିବା ସାଥୀଙ୍କୁ ତାଙ୍କ ମୁଣ୍ଡକୁ ଗୁଳି ମାରିବାକୁ କହୁଛନ୍ତି। ଯାହାକି ସାମ୍ନାକୁ ଆସିଥିବା ଭିଡିଓରେ ଆପଣମାନେ ସ୍ପଷ୍ଟ ଭାବେ ଦେଖି ପାରିବେ।

ଆହତ ସୈନିକଙ୍କ ପଛରୁ ଆସୁଥିବା ସାଥୀମାନେ ସୈନିକଙ୍କ କଥା ରଖି ତାଙ୍କ କାନପଟିରେ ବନ୍ଧୁକ ରଖି ଗୁଳି ଫୁଟାଇ ଦେଇଥିଲେ। ଏହାପରେ ସେମାନେ ଆଗକୁ ବଢ଼ି ଚାଲି ଯାଇଥିଲେ। ତେବେ ଶତ୍ରୁ ହାତରୁ ରକ୍ଷା ପାଇବା ପାଇଁ ଓ ନିର୍ଯାତନା ଦେଇ ଗୁପ୍ତ କଥା ଶତ୍ରୁମାନେ ଯେମିତି ଜୋରଜବରଦସ୍ତ ହାସଲ ନକରନ୍ତୁ ସେଥିପାଇଁ ଗୁରୁତର ସୈନିକମାନେ ଏଭଳି ପଦ‌କ୍ଷେପ ନେଇଥାଆନ୍ତି। ତେବେ ଏହି ପଦ‌‌କ୍ଷେପ ନେବା ସହଜ ହୋଇ ନଥାଏ। ଏଥିପାଇଁ ସୈନିକଙ୍କୁ ଅନେକ କଷ୍ଟ ଓ ଯନ୍ତ୍ରଣା ସହିବାକୁ ହୋଇଥାଏ।

ସମ୍ବନ୍ଧିତ ଖବର