ସାକ୍ଷାତକାର ପ‌ରେ ଆଇସିସିର ଉପସ୍ଥାପିକାଙ୍କୁ ଆଲିଙ୍ଗନ କଲେ କ୍ରିକେଟର

ନୂଆଦିଲ୍ଲୀ: ବାର୍ବାଡୋସର ବ୍ରିଜଟାଉନଠାରେ ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇ ସମସ୍ତଙ୍କୁ ଖୁସି କରାଇ ଦେଇଛି। ଏହି ବିଜୟ ପରେ ଖେଳକୁ ନେଇ ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆସିବାରେ ଲାଗିଛି। ଖେଳ ସହିତ ଜଡ଼ିତ ଶହଶହ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେଉଛି। ପ୍ରତ୍ୟେକ ଭିଡିଓ ହୃଦୟସ୍ପର୍ଶୀ ରହିବା ସହିତ ଭାବୁକ କରିଦେଲାଭଳି ରହିଛି।

ଟି-୨୦ ବିଶ୍ବକପକୁ ନେଇ ଭାଇରାଲ ହୋଇଥିବା ଭିଡିଓ ମଧ୍ୟରେ ଟିମ ଇଣ୍ଡିଆର ଷ୍ଟାର ବଲର ଜସପ୍ରୀତ ବୁମରାହଙ୍କ ରହିଛି। ଟି-୨୦ ଫାଇନାଲରେ ଜସପ୍ରୀତଙ୍କ ଖୁବ ସୁନ୍ଦର ପ୍ରଦର୍ଶନ ପାଇଁ  ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଜୟକୁ ନିଜ ନାମରେ କରି ଦେଇଛି।

ଭାରତୀୟ ଦଳର ଏହି ବିଜୟ ପରେ ଆଇସିସିର ଉପସ୍ଥାପିକା ସଞ୍ଜନା ଗଣେଶନ ବୁମରାହଙ୍କ ସାକ୍ଷାତକାର ନେଇଥିଲେ । ସଞ୍ଜନା  ଗଣେଶନ ଆଇସିସିର ଜଣେ ଉପସ୍ଥାପିକା ରହିଛନ୍ତି। ସେ ଆଇସିସି ପକ୍ଷରୁ ଖେଳାଳିଙ୍କ ସାକ୍ଷାତକାର ନେଇ ଥାଆନ୍ତି।

ଟ୍ରଫି ଜିତିବା ପରେ ସଞ୍ଜନା ବୁମରାହଙ୍କ ସାକ୍ଷାତକାର ନେଇଥିଲେ। ସାକ୍ଷାତକାର ଶେଷରେ କେହି କିଛି ବୁଝିବା ପୂର୍ବରୁ ବୁମରାହ ଭାବବିହ୍ବଳ ହୋଇ ସଞ୍ଜନାଙ୍କୁ ଆଲିଙ୍ଗନ କରି ପକାଇଥିଲେ। ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ ସଞ୍ଜନା ଆଇସିସିର ଉପସ୍ଥାପିକା ହେବା ସହିତ ବୁମରାହଙ୍କ ଧର୍ମପତ୍ନୀ ମଧ୍ୟ। ଆଇସିସିର ଉପସ୍ଥାପିକା ହେବା ପୂର୍ବରୁ ସଞ୍ଜନା ଏକ ଆଇଟି କମ୍ପାନିର ମ୍ୟାନେଜର  ଭାବେ କାମ କରି ସାରିଛନ୍ତି।

ସମ୍ବନ୍ଧିତ ଖବର