ବ୍ୟାଙ୍କରେ କାମ କରୁଥିବା ବେଳେ ହୃଦଘାତରେ ଆଖିବୁଜିଲେ କର୍ମଚାରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମହୋବାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ୟାଙ୍କରେ କାମ କରୁଥିବା ବେଳେ ଜଣେ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟାଙ୍କ କର୍ମଚାରୀଙ୍କ ନାମ ରାଜେଶ କୁମାର ସିନ୍ଦେ ବୟସ ୩୦ ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି। ସେ ଏଚଡିଏଫସି ଉତ୍ତର ପ୍ରଦେଶ ମହୋବା ବ୍ରାଞ୍ଚରେ କାର୍ଯ୍ୟରତ ଥିଲେ । ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟାଙ୍କରେ ସମସ୍ତ କର୍ମଚାରୀ ନିଜନିଜ କାମରେ ବ୍ୟସ୍ତ ଥିବା ବେଳେ ରାଜେଶ କୁମାର ସିନ୍ଦେ ବି ତାଙ୍କ ଲାପଟପରେ କାମ କରୁଛନ୍ତି। ଏହି ସମୟରେ ସେ କିଛି ସମୟ ପାଇଁ ଚୌକିକୁ ଆଉଜି ପଡ଼ିଥିଲେ। ଆଉ ଯନ୍ତ୍ରଣାରେ ଛଟପଟ ହୋଇଥିଲେ।

ଏହା ଦେଖି ସାଥୀକର୍ମଚାରୀମାନେ ରାଜେଶ କୁମାର ସିନ୍ଦେ ଅଚେତ ହୋଇପଡ଼ିଥିବା ଭାବି ତାଙ୍କ ମୁଖକୁ ପାଣି ଛିଞ୍ଚନ କରିଥିଲେ। ଏହା ସତ୍ତ୍ବେ ବି ରାଜେଶଙ୍କ କୌଣସି ପ୍ରତିକ୍ରିୟା ନମିଳିବାରୁ ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

ଏହି ଦୁଃଖଦ ଘଟଣା ପରେ ଏଚଡିଏଫସି ଉତ୍ତର ପ୍ରଦେଶ ମହୋବା ବ୍ରାଞ୍ଚରେ ଶୋକରଛାୟା ଖେଳି ଯାଇଛି। ରାଜେଶଙ୍କ ହଠାତ ଏପରି ମୃତ୍ୟୁକୁ ପରିବାରଲୋକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ବଢ଼ିଲା ପୁଅକୁ ହରାଇ ମା’ ପାଗିଳିପ୍ରାୟ ହୋଇପଡ଼ୁଛି।

 

ସମ୍ବନ୍ଧିତ ଖବର