ଜାପାନରେ ଅଭାବନୀୟ ଘଟଣା: ସମୁଦ୍ର ତଟରେ ହଜାର ହଜାର ଟନ୍‌ ମଲା ମାଛ

ଟୋକିଓ: ଜାପାନର ସମୁଦ୍ର ତଟରେ ହଜାର ହଜାର ଟନ୍‌ ମଲା ମାଛ ପଡ଼ିଛନ୍ତି। ଅଧିକାରୀମାନଙ୍କୁ ଏହା ହତଚକିତ କରିଛି। ଜାପାନର ଉତ୍ତରରେ ଥିବା ହାକୋଡେଟ୍‌ ବେଳାଭୂମିରେ ପ୍ରାୟ ଅଧ ମାଇଲ ପର୍ଯ୍ୟନ୍ତ ସ୍ଥାନରେ ଏଭଳି ଅଭାବନୀୟ ଦୃଶ୍ୟ ନିକଟରେ ଦେଖିବାକୁ ମିଳିଛି। ସେଠାକାର ସ୍ଥାନୀୟ ଲୋକ ସେହି ମଲା ମାଛକୁ ସଂଗ୍ରହ କରି ବଜାରରେ ବିକ୍ରି କରିବାରେ ଲାଗିଛନ୍ତି। କିନ୍ତୁ ଅଧିକାରୀମାନେ ଲୋକମାନଙ୍କୁ ଏହି ମାଛ ନଖାଇବାକୁ ପରାମର୍ଶ ଦେଇଛନ୍ତି। ଉକ୍ତ ରହସ୍ୟଜନକ ମାଛମୃତ୍ୟୁ ଘଟଣାର କାରଣ ଯଦିଓ ଜଣାପଡ଼ି ନାହିଁ ତଥାପି ବିଶେଷଜ୍ଞମାନେ ଏହାର କେତେକ ସମ୍ଭାବ୍ୟ କାରଣ ରହିଥିବା କହୁଛନ୍ତି। ଫୁକୁସିମା ଆଣବିକ ପ୍ଲାଣ୍ଟରୁ ରେଡିଓଆକ୍ଟିଭ ଜଳ ନିଷ୍କାସନ ଏହାର ଏକ କାରଣ ହୋଇଥାଇପାରେ। ତେବେ ପ୍ରକୃତ କାରଣ ଜାଣିବା ଲାଗି ଅଧିକାରୀମାନେ ମଲା ମାଛ ନମୁନା ସଂଗ୍ରହ କରିବା ସହିତ ଘଟଣାର ଅନୁସନ୍ଧାନ କରୁଛନ୍ତି।

ସମ୍ବନ୍ଧିତ ଖବର