ରୋହିତ ଓ ବିରାଟଙ୍କ ଭଳି ଏହି ଦୁଇ ଖେଳାଳି ବି ବିଶ୍ବକପ ଜିତିବା ପରେ ଏକାଠି ନେଇଥିଲେ ଅବସର

ବ୍ରିଜଟାଉନ : ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି ।

୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ବକପରେ ଭାରତ ଚାମ୍ପିଅନ ହୋଇଥିଲା । ସେହିପରି ୧୧ ବର୍ଷ ପରେ ଭାରତ କୌଣସି ଆଇସିସି ଟ୍ରଫି ଜିତିଛି ।

ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହେବାପରେ ବିରାଟ କୋହଲି ଓ ରୋହିତ ଶର୍ମା ଅବସର ଘୋଷଣା କରିଥିଲେ। ଏଭଳି ଘଟଣା ୧୦ବର୍ଷ ପୂର୍ବେ ଦେଖିବାକୁ ମିଳିଥିଲା।

୧୦ବର୍ଷ ପୂର୍ବେ  ଟି-୨୦ ମ୍ୟାଚ ଶ୍ରୀଲଙ୍କା ୬ଉଇକେଟର ଜିତିଥିଲା।  ଏହା ଶ୍ରୀଲଙ୍କା ଟିମର ପ୍ରଥମ ଟି-୨୦ ବିଶ୍ବକପ ଥିଲା।  ସେ ସମୟରେ ଟି-୨୦ ବିଶ୍ବକପ ଜିତିବା ପରେ ଶ୍ରୀଲଙ୍କାର ଷ୍ଟାର ଖେଳାଳି ମହେଲା ଜୟବର୍ଦ୍ଧନେ ଟି-୨୦ ଇଣ୍ଟରନାସନାଲରୁ ଅବସର ନେଇଥିଲେ। ଯାହାକି ଶ୍ରୀଲଙ୍କା ଟିମ ପାଇଁ ବଡ଼ ଝଟକା ଥିଲା। ଜୟବର୍ଦ୍ଧନେ ଅବସର ନେବାର ଗୋଟିଏ ଦିନ ପୂର୍ବରୁ ଆଉ ଜଣେ ଷ୍ଟାର ଖେଳାଳି କୁମାର ସଙ୍ଗକାରା ବି ଟି-୨୦ ଇଣ୍ଟରନାସନାଲରୁ ଅବସର ନେଇଥିଲେ।

 

ସମ୍ବନ୍ଧିତ ଖବର