ମହାରାଷ୍ଟ୍ରର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ସୁଜାତା ସୌନିକ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଭାବେ ଆଇଏଏସ୍ ସୁଜାତା ସୌନିକ ଦାୟିତ୍ୱ ଗ୍ରହଣ କରିଛନ୍ତି | ସେ ରାଜ୍ୟରେ ଏହି ପଦବୀରେ ଅବସ୍ଥାପିତ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି। ରାଜ୍ୟର ଏକନାଥ ସିନ୍ଦେ ସରକାର ତାଙ୍କୁ ନିଯୁକ୍ତ କରିଛନ୍ତି। ସୁଜାତା ସୌନିକ ୧୯୮୭ ବ୍ୟାଚର ଆଇଏଏସ ଅଧିକାରୀ | ତାଙ୍କ ସ୍ୱାମୀ ମନୋଜ ସୌନିକ ମଧ୍ୟ ମୁଖ୍ୟ ଶାସନ ସଚିବ ରହିଥିଲେ। ସୁଜାତା ସୌନିକ ଏହା ପୂର୍ବରୁ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇଥିଲେ। ଯାହା ପରେ ଏବେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦର ସୁଯୋଗ ମିଳିଛି | ମୁଖ୍ୟ ଶାସନ ସଚିବ ଭାବରେ ସୁଜାତା ସୌନିକଙ୍କ କାର୍ଯ୍ୟକାଳ ଏକ ବର୍ଷ ହେବ ଏବଂ ସେ ଜୁନ୍ ୨୦୨୫ରେ ଅବସର ନେବେ। ସେ ରବିବାର ଦିନ ମୁଖ୍ୟ ଶାସନ ସଚିବ ନିତିନ କରିରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।

ସୁଜାତା ସୌନିକ ରାଜ୍ୟର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ଏବଂ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମନୋଜ ସୌନିକଙ୍କ ପତ୍ନୀ। ଏହାପୂର୍ବରୁ ମନୋଜ ସୌନିକ ମଧ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିଥିଲେ। ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରଙ୍କ ଦ୍ୱାରା ନିତିନ କରିରଙ୍କୁ ତିନି ମାସର ଅତିରିକ୍ତ କାର୍ଯ୍ୟକାଳ ଦିଆଯାଇଥିଲା। ସେହି ଅବଧି ଶେଷ ହେବା ପରେ ସୁଜାତା ସୌନିକଙ୍କୁ ବର୍ତ୍ତମାନ ଏହି ପଦରେ ନିଯୁକ୍ତି ଦିଆଯାଇଛି । ନିତିନ କରିରଙ୍କ କାର୍ଯ୍ୟକାଳ ପୁଣି ଥରେ ବୃଦ୍ଧି କରାଯିବ ବୋଲି ଆଲୋଚନା ହୋଇଥିଲା କିନ୍ତୁ ଏହା କରିବା ପରିବର୍ତ୍ତେ ସୁଜାତା ସୌନିକଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ବରିଷ୍ଠତା ଅନୁଯାୟୀ ୧୯୮୭ ବ୍ୟାଚ୍ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁଜାତା ସୌନିକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ କୁମାର ଏବଂ ଇକବାଲ ସିଂ ଚହଲ ପ୍ରମୁଖ ଦୋୖଡରେ ଥିଲେ।

ସମ୍ବନ୍ଧିତ ଖବର