ଭାରତ ଟି -୨୦ ବିଶ୍ୱକପ ଜିତିବା ପରେ ଫୁଟାଯାଇଥିବା ବାଣରେ ଗଲା ଶିଶୁର ଜୀବନ

ନୂଆଦିଲ୍ଲୀ: ଭାରତ ଟି -୨୦ ବିଶ୍ୱକପ ଜିତିବା ପରେ ଚାରିଆଡେ ଉତ୍ସାହର ବାତାବରଣ ଦେଖିବାକୁ ମିଳିଥିଲା। କିଛିସମୟ ପାଇଁ ଦୀପାବଳିର ପରିବେଶ ସୃଷ୍ଟି ହୋଇଯାଇଥିଲା। ଏହି ଖୁସି ଭିତରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଖୁସିରେ ଫୁଟାଉଥିବା ବାଣରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।। ଏହି ଘଟଣାର ଏକ ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳୁଛି, ଭାରତ ଟି -୨୦ ବିଶ୍ୱକପ ଜିତିବା ପିଲାମାନେ ବାଣକୁ ଜାଳି ଏକ ଷ୍ଟିଲ ଗ୍ଲାସରେ ଘୋଡାଇ ରଖି ଦେଉଛନ୍ତି। କିଛିସମୟ ପରେ ବୋମା ବିସ୍ଫୋରଣ ହେବା ସହିତ ଷ୍ଟିଲଗ୍ଲାସଟି ଖଣ୍ଡଖଣ୍ଡ ହୋଇ ଏଣେତେଣେ ଝିଟିକି ପଡ଼ୁଛି। ଏହି ଷ୍ଟିଲଗ୍ଲାସର ଏକ ଖଣ୍ଡ ପାଖରେ ଛିଡ଼ା ହୋଇଥିବା ଶିଶୁ ‌ପେଟରେ ଭୁଷି ହୋଇଯାଉଛି।

ସଙ୍ଗେସଙ୍ଗେ ଶିଶୁର ଅଭିଭାବକ ଓ ସ୍ଥାନୀୟଲୋକେ ଘଟଣାସ୍ଥଳରୁ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ଦୁଃଖର ବିଷୟ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।

 

ମୃତ ଶିଶୁର ନାମ ଦୀପକ ଓରଫ ରୁଦ୍ର ଠାକୁର । ରୁଦ୍ରର ଏଭଳି ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।

 

ସମ୍ବନ୍ଧିତ ଖବର