ଇଞ୍ଜିନ ବୋଧେ ଦୁର୍ବଳ ଅଛି, ତେଣୁ ୩ଟି ଲଗାଇବାକୁ ପଡିଛି: ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ କଂଗ୍ରେସ ସରକାରରେ ଟି.ଏସ୍ ସିଂହଦେବଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ମିଳିବା ପରେ ବିରୋଧୀ ଦଳମାନେ କଂଗ୍ରେସ ଉପରେ ଆକ୍ରମଣ କରୁଛନ୍ତି। ବିରୋଧୀଦଳ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଆଉ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ବିଶ୍ୱାସ କରୁନାହିଁ। ଅନ୍ୟପକ୍ଷରେ କଂଗ୍ରେସ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ ଟି.ଏସ୍ ସିଂହଦେବ ନିଜ ପ୍ରତିକ୍ରିୟାରେ ବିଜେପିକୁ କଡା ଟାର୍ଗେଟ କରିଛନ୍ତି । ବାସ୍ତବରେ ରବିବାରଦିନ ମହାରାଷ୍ଟ୍ର ସରକାରରେ ମହାନାଟକ ଦେଖିବାକୁ ମିଳିଥିଲା |

ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଝଟକା ଦେଇ ସିନ୍ଦେ ସରକାରରେ ସାମିଲ ହୋଇଥିଲେ ଅଜିତ ପାୱାର | ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଡବଲ ଇଞ୍ଜିନ ସରକାର ଚାଲୁଥିଲା, କିନ୍ତୁ ବର୍ତ୍ତମାନ ଅଜିତ ପାୱାର ଆସିବା ପରେ ଟ୍ରିପଲ ଇଞ୍ଜିନର ସରକାର ଗଠନ ହୋଇଛି | ଏକନାଥ ସିନ୍ଦେଙ୍କ ଏହି ବିବୃତ୍ତିକୁ ନେଇ ଟି.ଏସ୍ ସିଂହଦେବ କହିଛନ୍ତି ଯେ ଇଞ୍ଜିନ ବୋଧେ ଦୁର୍ବଳ ହୋଇଯାଇଛି, ତେଣୁ ୩ଟି ଇଞ୍ଜିନ ଲଗାଇବାକୁ ପଡିଛି | ଆମେ ବଗି ପରି ମୁଖ୍ୟମନ୍ତ୍ରୀଙ୍କ ସହ ଛତିଶଗଡରେ କାର୍ଯ୍ୟ କରୁଛୁ। ଇଞ୍ଜିନରେ ବୋଧହୁଏ କିଛି ଦୁର୍ବଳତା ରହିଛି ଯେଉଁଥିପାଇଁ ସେମାନଙ୍କୁ ବିଜେପିର ଆବଶ୍ୟକତା ରହିଛି | ଅନ୍ୟପକ୍ଷରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଗତକାଲି କହିଥିଲେ ଯେ ଅଜିତ ପାୱାର ଯୋଗ ଦେବା ପରେ ମହାରାଷ୍ଟ୍ର ସରକାର ଡବଲ୍ ଇଞ୍ଜିନ ନୁହେଁ ତିନି ଚକିଆ’ ଅଟୋ-ରିକ୍ସାରେ ପରିଣତ ହୋଇଛି ।

ସମ୍ବନ୍ଧିତ ଖବର