ଦୁଇ ସ୍କୁଲ ସାଥୀ ଏବେ ସେନା ଓ ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ଦୁଇ ସ୍କୁଲ ସାଥୀ ଏବେ ଭାରତୀୟ ସେନାର ଦୁଇଟି ବାହିନୀର ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି। ଆଜି ସେନା ମୁଖ୍ୟ ଦାୟିତ୍ବ ଗ୍ରହଣ କରିଥିବା ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦୀନେଶ ତ୍ରିପାଠୀ ମଧ୍ୟପ୍ରଦେଶର ରେୱାସ୍ଥିତ ସୈନିକ ସ୍କୁଲରେ ୧୯୭୦ ଦଶକରେ ଏକାଠି ପଞ୍ଚମ ଶ୍ରେଣୀରେ ପାଠ ପଢ଼ିଥିଲେ। ଏଭଳି ଦୁଇ ପ୍ରମୁଖ ପଦରେ ଗୋଟିଏ ସ୍କୁଲର ଦୁଇ ସାଥୀ ରହିବା ଭାରତୀୟ ସାମରିକ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ଦ୍ବିବେଦୀ ଏବଂ ତ୍ରିପାଠୀ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ସେମାନଙ୍କ ରୋଲ୍ ନମ୍ବର ଯଥାକ୍ରମେ ୯୩୧ ଓ ୯୩୮ ଥିଲା। ଆଡମିରାଲ ତ୍ରିପାଠୀ ମେ ୧ରେ ଭାରତୀୟ ନୌସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଦ୍ୱିବେଦୀ ଆଜି ନୂତନ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର