ଉଦ୍ଧବ-ଫଡ଼ନାବିସ ସାକ୍ଷାତ ଭିଡିଓ ଭାଇରାଲ

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆଜି ରାଜ୍ୟ ବିଧାନସଭା‌ରେ ଅଚାନକ ଭେଟ ହୋଇଗଲା ଏବଂ ଉଭୟ କିଛି ସମୟ ପାଇଁ କଥା ହୋଇଥିଲେ। ସୋସିଆଲ୍‌ ମିଡିଆରେ ୨ ନେତାଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏଥିରେ ଦେଖିବାକୁ ମିଳିଛି ‌ଯେ ଉଭୟ ବିଧାନସଭା ପରିସରରେ ଲିଫ୍ଟକୁ ଅପେକ୍ଷା କରିଥିବା ବେଳେ ପରସ୍ପର ସହ କଥା ହେଉଛନ୍ତି। ତେବେ ଏହି ଭିଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଠାକରେ ଏବଂ ଫଡ଼ନାବିସଙ୍କ ମଧ୍ୟରେ କ’ଣ ଗୁପ୍ତ କଥା ଚାଲିଥିଲା ତାହା ଜାଣିବାପାଇଁ ସୋସିଆଲ ମିଡିଆ ୟୁଜରଙ୍କ ଆଗ୍ରହ ବଢ଼ିଥିଲା। ତେବେ ଠାକରେ ପରେ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସଂ‌ଯୋଗବଶତଃ ଫଡ଼ନାଭିସଙ୍କ ସହ ଭେଟ ହୋଇଗଲା ଏବଂ ଏହା ପଛରେ କୌଣସି ଉଦ୍ଦେଶ୍ୟ ନଥିଲା। ଫଡ଼ନାବିସଙ୍କ ସହ ଏମିତି ଲିଫ୍ଟରେ ଅଚାନକ ଭେଟ ହୋଇଗଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର