କାନ୍ଧରୁ ହଟାଇ ସୁପରଷ୍ଟାରଙ୍କ ସହିତ ହାତରେ ହାତ ଛନ୍ଦି ଫଟୋ ଉଠାଇଲେ ଛାତ୍ରୀ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ତଲପତି ବିଜୟଙ୍କ କେତେ ପ୍ରଶଂସକ ତାହା ଅଛୁପା ନାହିଁ। ନିକଟରେ ତଲପତିଙ୍କ ଏକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦେଖିବା ପରେ ସୁପରଷ୍ଟାରଙ୍କ ପ୍ରଶଂସକ ନିରାଶ ହୋଇଯାଇଥିଲେ। କିନ୍ତୁ ପରେ ଉକ୍ତ ଭିଡିଓ ଅଧା ଥିବା ଜାଣି ପ୍ରଶଂସକ ଖୁସି ହୋଇଯାଇଥିଲେ।

ସୂଚନାଯୋଗ୍ୟ, ତାମିଲଗା ଭେତ୍ରି କଝାଗମ ଦ୍ବାରା ଆୟୋଜିତ ଦ୍ୱିତୀୟ ବାର୍ଷିକ ଶିକ୍ଷା ପୁରସ୍କାର ସମାରୋହରେ ଭାଗ ନେବାକୁ ତଲପାତି ବିଜୟ ଚେନ୍ନାଇରେ ପହଞ୍ଚିଥିଲେ। ସେଠାରେ ସେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଶ୍ରେଷ୍ଠ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନୀତ କରିଥିଲେ। ଏହି ସମୟର ଏକ ଭିଡିଓ ଭାଇରାଲ ହୋଇଛି।

 

ଭାଇରରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି,  ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ କାନ୍ଧରେ ତଲପତି ହାତ ପକାଇ ଫଟୋ ଉଠାଇବାକୁ ଛିଡ଼ା ହୋଇଥିବା ବେଳେ ସେ ତାଙ୍କ ହାତ କାଢ଼ି ଦେଇଥି‌ଲେ।

ଏହି ଘଟଣାକୁ ନେଇ ସୋସିଆଲ ମିଡିଆ  ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରି ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ପରେ ଜଣାପଡ଼ିଲା ଭାଇରାଲ ଭିଡିଓରେ ଛାତ୍ରୀ ଜଣକ ସୁପରଷ୍ଟାରଙ୍କ ହାତକୁ କାନ୍ଧରୁ ଉଠାଇବାର ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି ତାହା ଜାଣିବୁଝି ଅଧା ପୋଷ୍ଟ କରାଯାଇଛି।

ପରେ କିଛି ଭଦ୍ର‌ଲୋକ ପୁରସ୍କାର ବିତରଣର ପୁରା ଭିଡିଓ ଅପଲୋଡ କରିବା ପରେ ବାସ୍ତବ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣା ଟି ହେଉଛି ଏପରି.. ଦଶମ ଶ୍ରେଣୀର କୃତିଛାତ୍ରୀ ତଲପତି ବିଜୟଙ୍କ ହାତକୁ କାନ୍ଧରୁ ହଟାଇ ନିଜ ହାତରେ ଛନ୍ଦି ଫଟୋ ଉଠାଇଥିଲା। ଯାହାକି ଦେଖିବାକୁ ଖୁବ ହୃଦୟସ୍ପର୍ଶ ରହିଥିଲା।

ସମ୍ବନ୍ଧିତ ଖବର