ଖୋଲୁଛି ସାଇବର ଅପରାଧୀଙ୍କ ଗୁମର: ୨୪ ରାଜ୍ୟରେ ଅଛି ୩୧୩ଟି ମାମଲା

ଭୁବନେଶ୍ୱର: ଜେରା ବେଳେ ଖୋଲିଲା ବଡ ଗୁମର | ଗତ ଜୁନ ୧୮ତାରିଖରେ ୫ ଜଣ ଆନ୍ତଃରାଜ୍ୟ ସାଇବର ଅପରାଧୀଙ୍କୁ ଗିରଫ କରିଥିଲା କମିସନରେଟ ପୁଲିସ । ପରେ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପାର୍ଶଲରେ ଡ୍ରଗ୍ସ ଯାଉଥିବା ନେଇ ମିଛ କ୍ରାଇମବ୍ରାଞ୍ଚ୍ ଅଧିକାରୀ କହି ୩୬ ଲକ୍ଷ ଟଙ୍କା ଭୁବନେଶ୍ବରର ଜଣେ ଲୋକଙ୍କଠାରୁ ଠକେଇ କରିଥିଲେ ।

ଜେରାବେଳେ ଜଣା ପଡ଼ିଛି ଏମାନଙ୍କ ନାମରେ ୨୪ ରାଜ୍ୟରେ ୩୨୩ଟି କେସ ରହିଛି । କର୍ଣ୍ଣାଟକରେ ୪୯, ତାମିଲନାଡୁରେ ୩୮ କେସ ସହ ତେଲେଙ୍ଗାନାରେ ମଧ୍ୟ ମାମଲା ରହିଛି । ଏକାଧିକ ରାଜ୍ୟର ପୁଲିସ ଆସି ଅଭିଯୁକ୍ତଙ୍କୁ ଜେରା କରିଛନ୍ତି । ମୋଟ ୯ଟି ରାଜ୍ୟର ପୁଲିସ ଅଭିଯୁକ୍ତଙ୍କୁ ଜେରା କରିଛି । ୯ଟି ଆକାଉଣ୍ଟ ଫ୍ରୀଜ୍ ହେବା ସହ ୨ କୋଟି ଟଙ୍କା ଜବତ ହୋଇଛି । ମୋଟ ଏହି ଗ୍ରୁପ୍ ୨୫ କୋଟି ଟଙ୍କା ଠକେଇ କରିଥିବା ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର