ମା ସୁନାଦେଇ ମନ୍ଦିରରେ କଳାକନା ବୁଲାଇଲେ ଚୋର: ଠାକୁରାଣୀଙ୍କ ୫ ଲକ୍ଷ ଟଙ୍କାର ଗହଣା ଲୁଟ୍

ଭୁବନେଶ୍ବର: ମନ୍ଦିରରେ କଳାକନା ବୁଲାଇଲେ ଚୋର। ପାଖାପାଖି ୫ ଲକ୍ଷ ଟଙ୍କାର ଠାକୁରାଣୀଙ୍କ ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସହିଦନଗର ଥାନା ନିକୋ ପାର୍କ ନିକଟ ତିନିମୁଣ୍ଡିଆ ଛକ ନିକଟରେ ଥିବା ସୁନଦେଇ ମନ୍ଦିରରୁ ଏହି ଲୁଟ ହୋଇଛି।

ମନ୍ଦିରରେ ପୂଜା ପାଆନ୍ତି ମା ସୁନାଦେଇ। ସୋମବାର ଭୋର୍ ବେଳେ ଏହି ଚୋରି ହୋଇଥିବା ସୂଚନା ରହିଛି। ଦୁର୍ବୃତ୍ତମାନେ ମା’ଙ୍କ ରୂପା ଆଖି , ରୂପା ମୁକୁଟ, ସୁନା ଅଳଙ୍କାର ସବୁ ଲୁଟି ନେଇଛନ୍ତି। ନିକଟରେ ଥିବା ମଙ୍ଗଳା ମନ୍ଦିରରୁ ମଧ୍ୟ ଚୋରି କରିଛନ୍ତି ଦୁର୍ବୃତ୍ତ। ଏ ନେଇ ମନ୍ଦିର କମିଟି ପକ୍ଷରୁ ସହିଦ ନଗର ଥାନାରେ ଏତଲା ଦିଆଯାଇଛି।

 

ସମ୍ବନ୍ଧିତ ଖବର