ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତରର ଗୋବିନ୍ଦ କାଠୁଆ (୬୦) ଙ୍କ ଉପରେ ମାଟି କାନ୍ଥ ଭାଙ୍ଗି ଲଦି ହୋଇପଡିବାରୁ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳୁ ମେଡିକାଲ ଛକ ସ୍ଥିତ ତାଙ୍କ ଦୋକାନ ଘର ଭାଙ୍ଗୁଥିଲେ। ହଠାତ୍ ମାଟି କାନ୍ଥଟି ଭାଙ୍ଗି ତାଙ୍କ ଉପରେ ଲଦି ହୋଇପଡିଥିଲା ଏବଂ ସେ ସେହି କାନ୍ଥ ତଳେ ଚାପି ହୋଇରହି ଯାଇଥିଲେ।

Advertisment

ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।  ତାଙ୍କର ବାମ ଗୋଡ଼ ପେଣ୍ଡା ହାଡ଼ ଭାଙ୍ଗିଯାଇଛି।  ତାଙ୍କର ମୁଣ୍ଡ , କାନ୍ଧ , ପିଠି , ହାତ ଏବଂ ଶରୀରର ଅନେକ ସ୍ଥାନରେ କ୍ଷତ ହୋଇଛି। ଛାତିରେ ମଧ୍ୟ ଗୁରତର ଆଘାତ ଲାଗିଛି। ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି।