କମୁଛି ମହାନଦୀର ଜଳସ୍ତର : ରଣନୀତି ପ୍ରସ୍ତୁତ ପାଇଁ ବିଜେଡି ଡାକିଲା ମହାସମ୍ମିଳନୀ

ଭୁବନେଶ୍ୱର : ଦିନକୁ ଦିନ ମହାନଦୀର ଜଳସ୍ତର କମିବାରେ ଲାଗିଛି। ଏହାଫଳରେ ମହାନଦୀ ଶୁଖି ଶୁଖି ଯାଉଛି। ଜଳସ୍ତର କମିବାରୁ ମହାନଦୀର ତଳମୁଣ୍ଡରେ ଜଳ ପ୍ରବାହ ସାଂଘାତିକ ଭାବେ ପ୍ରଭାବିତ ହେବା ସହ ଜଳ ବିଦ୍ୟୁତ୍‌ ଉତ୍ପାଦନ ମଧ୍ୟ କମି କମି ଯାଉଛି।

ଏନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଛତିଶଗଡ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛି, ଆସନ୍ତା ୧୫ ତାରିଖରେ ମହାନଦୀ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଦଳୀୟ କର୍ମୀଙ୍କୁ ନେଇ ମହାସମ୍ମିଳନୀ କରାଯିବ ଏବଂ ଏଥିରେ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ କରାଯିବ।

ମହାନଦୀକୁ ନେଇ ଆସିଛି ସାଂଘାତିକ ଅବସ୍ଥା। ବିଜେଡି ତରଫରୁ ଯେଉଁ ତଥ୍ୟ ଦିଆଯାଇଛି ତାହା ଯଦି ସତ୍ୟ ହୁଏ ତେବେ ଏବେ ଚିନ୍ତା କରିବାର ସମୟ ପହଂଚି ଯାଇଛି କହିଲେ କିଛି ଭୁଲ ହେବ ନାହିଁ ।

ତଥ୍ୟ ଅନୁଯାୟୀ, ଅଣମୌସୁମୀ ସମୟରେ ମହାନଦୀରେ ଜଳ ପ୍ରବାହ ୪୦ ପ୍ରତିଶତ କମି ଯାଇଛି । ଜଳ ପ୍ରବାହ କମିଯିବାରୁ ହୀରାକୁଦରୁ ଜଳ ଉତ୍ପାଦନ ମଧ୍ୟ ୨୦ପ୍ରତିଶତ କମି ଯାଇଛି। ଏଥିସହ ଜଳ ସେଚନ ମଧ୍ୟ ୩୧.୬ ପ୍ରତିଶତ କମି ଯାଇଛି।

ବିଜେଡି ଆହୁରି ମଧ୍ୟ କହିିଛି କି, କଟା ଘା’ରେ ଚୁନ ଦେଇଛି ଛତିଶଗଡ । ମହାନଦୀର ଶାଖା ନଦୀ ଇବ୍‌ ନଦୀରେ ପୁଣି ଏକ ବନ୍ଧ ଛତିଶଗଡ ନିର୍ମାଣ କରୁଛି ବୋଲି ବିଜେଡି ସୂଚନା ଦେଇଛି । ସେପଟେ ବିଭିନ୍ନ ପ୍ରସଙ୍ଗରୁ ବର୍ତ୍ତିବା ପାଇଁ ବିଜେଡି ଆଳ ଖୋଜୁଛି ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର