ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ହିଟ୍‌ଲରଙ୍କ ଜନ୍ମସ୍ଥାନ ହେବ ପୁଲିସ୍‌ ଥାନା!

ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ଏଡଲ୍‌ଫ ହିଟ୍‌ଲର ଯେଉଁ ଘରେ ଜନ୍ମ ହୋଇଥିଲେ, ଏବେ ତାହା ପୁଲିସ୍‌ ଥାନାରେ ବଦଳିଯିବ। ଏହା ଅଷ୍ଟ୍ରିିଆ ସରକାରଙ୍କ ନିଷ୍ପତ୍ତି। ହିଟ୍‌ଲର‌୍‌ ଥିଲେ ନାଜୀ ଦଳର ମୁଖ୍ୟ। ତାଙ୍କର ଅନେକ ସମର୍ଥକ ଥିଲେ ଏବ˚ ଏବେ ମଧୢ ତାଙ୍କ କାର୍ଯ୍ୟ ଓ ବିଚାରଧାରାକୁ ଭଲ ପାଉଥିବା କିଛି ଗୋଷ୍ଠୀ ଅଛନ୍ତି। ନାଜୀବାଦ ପ୍ରତି ସହାନୁଭୂତି ରଖୁଥିବା ଲୋକଙ୍କୁ ମଧୢ ଏହା ଆକୃଷ୍ଟ କରିଥାଏ। ଭବିଷ୍ୟତ୍‌ରେ ନାଜୀବାଦୀଙ୍କ ପାଇଁ ତାଙ୍କ ଜନ୍ମ ସ୍ଥାନ ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀରେ ପରିଣତ ହେବା ଆଶଙ୍କାରେ ସରକାର ଏ ଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅବଶ୍ୟ ଏଥିପାଇଁ ସରକାରଙ୍କୁ କୋର୍ଟର ଆଶ୍ରୟ ନେବାକୁ ପଡ଼ିଥିଲା। କାରଣ ହିଟ୍‌ଲରଙ୍କ ପରେ ତାଙ୍କ ବ୍ୟକ୍ତିଗତ ସଚିବ ଘରର ମାଲିକ ଥିଲେ। ପରବର୍ତ୍ତୀ ସମୟରେ ମାଲିକାନାସତ୍ତ୍ବକୁ ନେଇ ବିବାଦ ଦେଖାଦେବାକୁ ଦେଶର ସର୍ବୋଚ୍ଚ ଅଦାଲତକୁ ମାମଲା ଯାଇଥିଲା।

nbcnews.com

ଏବେ ହିଟ୍‌ଲରଙ୍କ ସ˚ପତ୍ତି ସରକାରଙ୍କ ହାତକୁ ଆସିଛି। ଘରର ଢାଞ୍ଚା ବଦଳାଯିବା ପରେ ୨୦୨୦ରୁ ସେଠାରେ ପୁଲିସ୍‌ର କାର୍ଯ୍ୟାଳୟ ଚାଲିବ। ଉଲ୍ଲେଖଯୋଗ୍ୟ, ଜର୍ମାନୀର ସୀମାକୁ ଲାଗିଥିବା ଏହି ଘରଟି ଏବେ ଅଷ୍ଟ୍ରିଆ ଅଧୀନରେ ରହିଛି। ୧୮୮୯ ଏପ୍ରିଲ୍‌ ୨୦ ତାରିଖରେ ହିଟ୍‌ଲର ଏଠାରେ ଜନ୍ମ ହୋଇଥିଲେ ଏବ˚ ତାଙ୍କୁ ତିନି ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପରିବାର ଜର୍ମାନୀକୁ ଚାଲିଯାଇଥିଲେ।

ସମ୍ବନ୍ଧିତ ଖବର