ଚାରି ଲକ୍ଷ ତିରିଶ ହଜାର ବର୍ଷ ତଳେ ଘଟିଥିଲା ବିଶ୍ୱର ପ୍ରଥମ ହତ୍ୟାକାଣ୍ତ!

ମଣିଷର ନରହତ୍ୟା ପ୍ରବୃତ୍ତି ପ୍ରାଗ୍‌-ଐତିହାସିକ। ଚାରି ଲକ୍ଷ ତିରିଶ ହଜାର ବର୍ଷ ପୁରୁଣା ଏକ ଖପୁରି ଉପରେ ପୁଙ୍ଖାନୁପୁଙ୍ଖ ଗବେଷଣା କରି, ଗବେଷକମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଖପୁରିଟି ସ୍ପେନ୍‌ର ଏକ ଗୁମ୍ଫାରୁ ମିଳିଥିଲା। ଖପୁରିରେ ପାଖାପାଖି ଲାଗିକରି ରହିଥିବା ଦୁଇଟି ଗର୍ତ୍ତ ଆକ୍ରମଣାତ୍ମକ ଆଘାତ ଜନିତ ବୋଲି ଗବେଷକମାନେ ନିଶ୍ଚିତ ହୋଇଛନ୍ତି। କେହି ଜଣେ ମୁନିଆ ପଥରରେ ଦୁଇ ଥର ମୁଣ୍ତକୁ ଛେଚିଲେ ସେହି ଭଳି ଗଭୀର କ୍ଷତ ସୃଷ୍ଟି ହେବ ଏବ˚ ତାହାର ପରିଣାମ ସ୍ବରୂପ ସଙ୍ଗେସଙ୍ଗେ ମଣିଷର ମୃତ୍ୟୁ ଘଟିବ। ତେଣୁ, ଖପୁରିଟି ଯେଉଁ ମଣିଷର, ସେ ବିଶ୍ୱର ପ୍ରଥମ ହତ୍ୟାର ଶିକାର!

ସମ୍ବନ୍ଧିତ ଖବର