ଜାତୀୟ କନିଷ୍ଠ ରଗ୍‌ବି ସେଭେନ୍ସରେ ଓଡ଼ିଶାକୁ ସ୍ବର୍ଣ୍ଣ

ଭୁବନେଶ୍ବର: ଓଡ଼ିଶା ବାଳକ ଦଳ ଜାତୀୟ କନିଷ୍ଠ ରଗ୍‌ବି ସେଭେନ୍ସରେ ବିଜେତା ହୋଇ ସ୍ବର୍ଣ୍ଣ ପଦକ ଜିତିଛି। ପୁଣେର ଛତ୍ରପତି ଶିବାଜୀ ସ୍ପୋର୍ଟସ କଂପ୍ଲେକ୍ସରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାର ଫାଇନାଲ୍‌ରେ ଓଡ଼ିଶା ୧୦-୫ରେ ରାଜସ୍ଥାନକୁ ପରାସ୍ତ କରିଥିଲା। ଏହା ପୂର୍ବରୁ ଓଡ଼ିଶା ସେମିଫାଇନାଲ୍‌ରେ ୧୭-୭ରେ ବିହାରକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା। ଏହି ପ୍ରତିଯୋଗିତା ଲାଗି ୧୨ ଜଣିଆ ଓଡ଼ିଶା ଦଳ ମହାରାଷ୍ଟ୍ର ଗସ୍ତ କରିଥିଲା। ସୂଚନାଯୋଗ୍ୟ ଯେ ପୁଲ୍‌-ସିରେ ସ୍ଥାନ ପାଇଥିବା ଓଡ଼ିଶା ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଆସାମକୁ ୪୮-୦, ତାମିଲନାଡ଼ୁକୁ ୫୮-୦ ଓ କେରଳକୁ ୨୯-୦ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। ଏହି ସଫଳତା ଲାଗି ଓଡ଼ିଶା ରଗ୍‌ବି ଫୁଟବଲ୍ ସଂଘର ସଂପାଦକ ଉପେନ୍ଦ୍ର କୁମାର ମହାନ୍ତି ରାଜ୍ୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର