ଅବସର ନେବାକୁ ଚାହୁନଥିଲେ ରୋହିତ !

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ଶେଷ ହେବା ପରେ ଭାରତର ୩ଜଣ ଖେଳାଳି ଟି-୨୦ ଆନ୍ତର୍ଜାତୀୟ ଖେଳରୁ ଅବସର ନେଇଛନ୍ତି। ସେମାନେ ହେଲେ ରୋହିତ ଶର୍ମା, ବିରାଟ କୋହଲି ଓ ରବିନ୍ଦ୍ର ଜାଦେଜା। ତେବେ ଏହି ୩ଖେଳାଳିଙ୍କ ଅବସର ପରେ ସେମାନଙ୍କ ପ୍ରଶଂସକ ଦୁଃଖୀ ଥିବା ବେଳେ ରୋହିତ ଶର୍ମା ଅବସର ନେବାକୁ ଚାହୁନଥିବା ଜଣାପଡ଼ିଛି।

ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏତେ ଶୀଘ୍ର ଅବସର ନେବାକୁ ଚାହୁନଥିବା କହୁଛନ୍ତି। ଭିଡିଓ ଆରମ୍ଭରୁ ସେ କହୁଛନ୍ତି ଯେ, “ମୁଁ ଭାବି ନଥିଲି ଯେ ମୁଁ ଟି-୨୦ଆନ୍ତର୍ଜାତୀୟ ଖେଳରୁ ଅବସର ନେବି। କିନ୍ତୁ ପରିସ୍ଥିତି ଏପରି ଆସିଲା ଯେ, ମୁଁ ଭାବିଲି ଏହା ମୋ ପାଇଁ ଉପଯୁକ୍ତ ସମୟ ଅଟେ। ଏକା ସାଙ୍ଗରେ ବିଶ୍ବକପ୍ ଜିତିବା ଏବଂ ଅବସର ନେବାଠାରୁ ଭଲ ଆଉ କିଛି ହୋଇନପାରେ। “

ସମ୍ବନ୍ଧିତ ଖବର