୮ ବର୍ଷରୁ କମ୍‌ ବିଶ୍ବକପ୍‌ ଚେସ୍‌: କାଂସ୍ୟ ପାଇଁ ଖେଳିବେ ସାତ୍ତ୍ବିକ

ଭୁବନେଶ୍ବର: ଜର୍ଜିଆର ବତୁମିରେ ଖେଳାଯାଉଥିବା ୮ବର୍ଷରୁ କମ୍‌ ବିଶ୍ବକପ୍‌ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାର ସାତ୍ତ୍ବିକ ସ୍ବାଇଁ କାଂସ୍ୟ ପଦକ ପାଇଁ ମୁକାବିଲା କରିବେ। ସୋମବାରଠୁ ଆରମ୍ଭ ହେଉଥିବା ପଦକ ମୁକାବିଲାରେ ସାତ୍ତ୍ବିକଙ୍କ ସାମ୍ନା ଗ୍ରୁପ୍‌ ବି’ ଦ୍ବିତୀୟ ସ୍ଥାନରେ ଥିବା ଆଜରବାଇଜାନ୍‌ର ଆଜାଦ୍‌ ଖୁଦୁଜାଦେ (୫.୫) ଙ୍କ ସହିତ ହେବ। ଶନିବାର ଗ୍ରୁପ୍‌ ଏ’ର ଶେଷ ରାଉଣ୍ଡ ମୁକାବିଲାରେ କଳାଗୋଟି ନେଇ ଖେଳୁଥିବା ସାତ୍ତ୍ବିକ କାଜଖସ୍ଥାନର ନୁର୍ମୁଖମିଦ ଇଲିମେସ୍‌ଙ୍କୁ ୭୪ ତମ ମୁଭ୍‌ ପରେ ଚେକ୍‌ମେଟ୍‌ କରିଥିଲେ।

ଫଳରେ ସେ ୬.୫ ପଏଣ୍ଟ ପାଇ ଏହି ଗ୍ରୁପ୍‌ର ଦ୍ବିତୀୟ ସ୍ଥାନରେ ରହିଥିଲେ। ଗ୍ରୁପ୍‌ ଏ’ ଟପ୍ପର କାଜଖସ୍ଥାନର ରିଜତ ଉଲାନ୍‌ (୬.୫) ଓ ଗ୍ରୁପ୍‌ ବି’ ଟପ୍ପର ଆମେରିକାର ଐଦେନ୍‌ ଲିନ୍ୟୁଆନ୍‌ ଲି (୬)ଙ୍କ ମଧ୍ୟରେ ସ୍ବର୍ଣ୍ଣ ପଦକ ପାଇଁ ମୁକାବିଲା ହେବ। ସାତ୍ତ୍ବିକଙ୍କ ଏହି ସଫଳତା ପାଇଁ କିଙ୍ଗ ଚେସ୍‌ ସେଣ୍ଟର ପ୍ରତିଷ୍ଠାତା ବିଶ୍ବଜିତ ରାଏ, ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, ସଭାପତି ଜିସି ମହାପାତ୍ର, ଟ୍ରିପଲ ସି ଚେସ୍‌ ସେଣ୍ଟର ସଂପାଦକ ବିରଞ୍ଚି ନାରାୟଣ ସାହୁ, ବିଶିଷ୍ଟ କୋଚ୍‌ ଅର୍ଘ୍ୟ ଅର୍ପଣ ପରିଡ଼ା, ସର୍ବଭାରତୀୟ ଚେସ୍‌ ମହାସଂଘର ପୂର୍ବତନ ସହ ସମ୍ପାଦକ ରଂଜନ ମହାନ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର