‌କୋହଲିଙ୍କୁ ନେଇ ଏହି ଭବିଷ୍ୟବାଣୀ କରିଦେଲେ ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ: କ୍ରିକେଟ୍ ଇତିହାସରେ ଆଉ ଏକ ବିଶ୍ବକପ୍‌ ତୋଳି ଧରିବା ପାଇଁ ଭାରତକୁ ମିଳିଛି ପୁଣି ଏକ ସୁଯୋଗ। ଶନିବାର ଭାରତୀୟ ସମୟ ରାତି ୮ଟାରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ରେ ଏଥର ଭେଟିବ ଦକ୍ଷିଣ ଆଫ୍ରିକାକୁ। ପ୍ରଥମ ସଂସ୍କରଣ ବିଜେତା ଭାରତ ସହିତ ପ୍ରଥମ ଥର କୌଣସି ଆଇସିସି ଇଭେଣ୍ଟ୍‌ ଫାଇନାଲ୍‌ରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍‌ ଟକ୍କରକୁ ପ୍ରଶଂସକ ବି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

ହେଲେ ରୋହିତଙ୍କ ଟିମର ଷ୍ଟାର କ୍ରିକେଟର ବିରାଟ କୋହଲି ଏପର୍ଯ୍ୟନ୍ତ ଭଲ ରନ୍ କରିପାରିନଥିବାରୁ ଫାଇନାଲରେ କିଭଳି ପ୍ରଦର୍ଶନ କରିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ସ୍ପିନର ମଣ୍ଟି ପନେସର କହିଛନ୍ତି ଯେ ଆଜି ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ଜିତିବ। କେବଳ ଏତିକି ନୁହେଁ ସେ କୋହଲିଙ୍କ ବିଷୟରେ ମଧ୍ୟ ପୂର୍ବାନୁମାନ କରିଛନ୍ତି।

ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିବା ବିରାଟ କୋହଲିଙ୍କ ବିଷୟରେ ଭବିଷ୍ୟବାଣୀ କରି ମଣ୍ଟି ପନେସର କହିଛନ୍ତି ଯେ, ବିରାଟ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଶତକ ହାସଲ କରିବେ। ଭାରତୀୟ ଦଳ ଟି-୨୦ ବିଶ୍ୱକପର ଅନ୍ତିମ ମ୍ୟାଚ୍ ଜିତିବ ଏବଂ ବିରାଟ କୋହଲି ୧୦୦ ରନ୍ ସ୍କୋର କରିବେ।

ତେବେ ରୋହ‌ିତ ଶର୍ମାଙ୍କ ଦଳ ବିଶ୍ବକପ୍‌ ଜିତିଲେ ଦିନିକିଆ ଭଳି ଟ୍ବେଣ୍ଟି-୨୦ରେ ମଧ୍ୟ ଦ୍ବିତୀୟ ଥର ଏହି ଟ୍ରଫି ଆଣିପାରିବ। ଭାରତ ୧୯୮୩ ଓ ୨୦୧୧ରେ ଦିନିକିଆା ବିଶ୍ବକପ୍ ଏବଂ ୨୦୦୭ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିଥିଲା।

ସମ୍ବନ୍ଧିତ ଖବର