ଭାରତ ମ୍ୟାଚ୍‌ ହାରିବା ପରେ ନିଜେ ଦୁଃଖୀ ହୋଇ ସ୍ବାମୀଙ୍କୁ ଶାନ୍ତ୍ବନା ଦେଲେ ଅନୁଷ୍କା ଶର୍ମା

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ଏକ ଦିନିକିଆ ବିଶ୍ୱକପ-୨୦୨୩ ଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ହାରିବା ପରେ ପୂରା ଦେଶବାସୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଅଷ୍ଟ୍ରେଲିଆ ୬ଟି ୱିକେଟ୍‌ରେ ଭାରତକୁ ହରାଇବା ପରେ କୋଟି କୋଟି ହୃଦୟ ଭାଙ୍ଗିଯାଇଛି। ସେମାନଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଷ୍ଟାଡିୟମରେ ଲୁହ ଭରା ନେତ୍ରରେ ନଜର ଆସିଥିଲେ।

 

ଟିମ୍ ଇଣ୍ଡିଆକୁ ଖୁସି କରିବା ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଯୋଗ ଦେଇଥିବା ବି-ଟାଉନ୍ ସେଲିବ୍ରିଟିଙ୍କ ମଧ୍ୟରେ ଅନୁଷ୍କା ଶର୍ମା ବି ଥିଲେ। ଇଣ୍ଟରନେଟରେ ଅଭିନେତ୍ରୀଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ତାଙ୍କୁ ଏକ ଭାବପ୍ରବଣ ଅବସ୍ଥାରେ ଦେଖିବାକୁ ମିଳୁଛି। ଅଭିନେତ୍ରୀ ଆଙ୍ଗୁଠିରେ ମୁହଁ ଘୋଡାଇ ବୋଧହୁଏ ଲୁହକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖାଯାଏ।

 

ତାଙ୍କ ପାଖରେ ବସିଥିବା ଅଭିନେତ୍ରୀ ଆଥିଆ ଶେଟ୍ଟୀ ମଧ୍ୟ ଖେଳର ଫଳାଫଳକୁ ନେଇ ଟେନସନ୍ ଏବଂ ହୃଦୟ ଭାଙ୍ଗିଥିବା ଭଳି ଦେଖାଯାଉଥିଲେ। ତାଙ୍କ ମୁହଁରେ ଏକ ଗମ୍ଭୀରପଣ ଦେଖିବାକୁ ମିଳିଥିଲା।

ଅନ୍ୟ ଏକ ଫଟୋ ମଧ୍ୟ ମ୍ୟାଚ୍ ପରେ ସାମ୍ନାକୁ ଆସିଥିଲା, ଯେଉଁଥିରେ ଅନୁଷ୍କା କ୍ରିକେଟର ତଥା ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି। ଭାରତର ପରାଜୟର ଦୁଃଖକୁ ବାଣ୍ଟିଥିବା ଅନେକ ଜନତାଙ୍କର ବି ଭାବପ୍ରବଣ ଫଟୋ ଭାଇରାଲ୍‌ ହୋଇଛି। ଷ୍ଟାଡିୟମ୍‌ରେ ଶାହରୁଖ ଖାନ, ଗୌରୀ ଖାନ, ଦୀପିକା ପାଦୁକୋନଙ୍କ ପରି ସେଲିବ୍ରିଟିମାନେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର