‘ମିଡ଼ିଆରେ ନିଜ ପ୍ରଦର୍ଶନ ଚର୍ଚ୍ଚା ଖେଳାଳିଙ୍କୁ ଦେଇଥାଏ ବଡ଼ ପ୍ରେରଣା’

ଓସଜା ପକ୍ଷରୁ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ

ଭୁବନେଶ୍ୱର: ଖେଳାଳିମାନଙ୍କ ସକାଶେ ଯେତେ ସୁବିଧାସୁଯୋଗ କରାଗଲେ ମଧ୍ୟ ଗଣମାଧ୍ୟମରେ ସେମାନଙ୍କର କୃତିତ୍ୱ ପ୍ରକାଶିତ ହେବା ସବୁଠାରୁ ଅଧିକ ଆନନ୍ଦ ଓ ପ୍ରେରଣା ଦେଇଥାଏ। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଟେନିସ ଅଡିଟୋରିୟମରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ସମାରୋହରେ ଭାଗ ନେଇଥିବା ଅତିଥିମାନେ ତାଙ୍କ ଭାଷଣରେ ଏହି କଥାଟିକୁ ଅଧିକ ଉଜାଗର କରିଥିଲେ।

ଅଲିମ୍ପିଆନ ଶ୍ରାବଣୀ ନନ୍ଦ ତାଙ୍କ ସଫଳତାର ଯାତ୍ରାରେ କ୍ରୀଡ଼ା ସାମ୍ବାଦିକାମାନଙ୍କ ରହିଥିବା ଭୂମିକା ବାବଦରେ ପ୍ରକାଶ କରି କହିଥିଲେ ଯେ, ଇଭେଣ୍ଟ ସରିବା ପରେ କୋଚଙ୍କ ପାଖକୁ ଯିବା ଆଗରୁ ମୋତେ ମିଡିଆ ବ୍ୟକ୍ତି ବିଶେଷଙ୍କୁ ଭେଟିବା ଖୁବ ଖୁସି ଦେଇଥାଏ। ସମ୍ବାଦପତ୍ର ଓ ଅନ୍ୟାନ୍ୟ ମିଡିଆରେ ନିଜ ବାବଦ ବିଷୟ ବାହାରିବା ଖୁବ ପ୍ରେରଣାଦାୟକ ଅନୁଭୂତି ବୋଲି ସେ କହିଥିଲେ। ଏହି କାର୍ଯକ୍ରମରେ ମୁଖ ଅତିଥି ଭାବରେ ଯୋଗ ଦେଇଥିବା ଅଲିମ୍ପିଆନ କେ ରବି କୁମାର ତାଙ୍କ ଜୀବନର ଅତନ୍ତ କଷ୍ଟପୂର୍ଣ୍ଣ ସମୟରେ କ୍ରୀଡ଼ା ସାମ୍ବାଦିକମାନଙ୍କର ଉତ୍ସାହଜନକ କଥା ଖୁବ ଲାଭପ୍ରଦ ଥିଲା ବୋଲି ଉଦାହରଣ ଦେଇ ବତାଇଥିଲେ।

ଓସଜାର କାର୍ଯକାରୀ ସଭାପତି ସଂବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ଦେଶର ପ୍ରମୁଖ କ୍ରୀଡ଼ା ସାମ୍ବାଦିକ ଦିଲ୍ଲୀ ନିବାସୀ ସନ୍ଦୀପ ମିଶ୍ରଙ୍କୁ ତାଙ୍କ ସଫଳ କାରିୟର ସକାଶେ ବିଶେଷ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଓଡ଼ିଶାର ସନ୍ଦୀପ ଲଗାତାର ୯ଟି ହକି ବିଶ୍ୱକପ ସାଙ୍ଗକୁ ସେ ଏକାଧିକ ଅଲିମ୍ପିକ୍ସ, ଫୁଟବଲ ବିଶ୍ୱକପ, ରାଜଗୋଷ୍ଠୀ କ୍ରୀଡ଼ା, ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପ ଏବଂ ଏସିଆନ ଗେମ୍ସ କଭର କରିଛନ୍ତି।

ଓସଜାର ସଭାପତି ସନ୍ଦୀପ ମିଶ୍ର ଏବଂ ସମ୍ପାଦକ ସୁରେଶ ସ୍ୱାଇଁ ଅନୁଷ୍ଠାନର ବିଭିନ୍ନ କାର୍ଯକ୍ରମ ବାବଦରେ ସୂଚନା ଦେବା ସାଙ୍ଗକୁ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ାମନ୍ତ୍ରୀ ସୂର୍ଯବଂଶୀ ସୂରଜଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବାର୍ତ୍ତା ପାଠ କରିଥିଲେ। ରାଜ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଆର ଭିନିଲ କ୍ରିଷ୍ଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ସାମ୍ବାଦିକମାନଙ୍କ ଭୂମିକାର ପ୍ରଶଂସା କରିଥିଲେ। ରାଜର କ୍ରୀଡ଼ା ଭିିତିଭୂମି ବିକାଶ ବାବଦରେ ବିଶେଷ ତଥ ରଖିବା ସାଙ୍ଗକୁ ଜୁନିୟର ଓ ସବଜୁନିୟର ଖେଳାଳିଙ୍କ ବିକାଶ ପାଇଁ ଓଡିଶା ଏବେ ଫୋକସ କରୁଥିବା କହିଥିଲେ। କ୍ରୀଡ଼ା ସାମ୍ବାଦିକଙ୍କ ଜାତୀୟ କାର୍ଯକ୍ରମ ଓସଜା ଆୟୋଜନ କଲେ ବିଭାଗ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଏହି ଉତ୍ସବରେ ସାମିଲ ହୋଇ ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଏନ ଜଗନ୍ନାଥ ଦାସ ଓଡ଼ିଶାର କ୍ରୀଡ଼ା ଭିିଭୂମିକୁ ଖୁବ ପ୍ରଶଂସା କରି ଏହାର ଫାଇଦା ଯୁବା କ୍ରୀଡ଼ାବିତମାନେ ଉଠାଇବା ପାଇଁ ଆହ୍ୱାନ କରିଥିଲେ। ନିଜ ସମ୍ବର୍ଦ୍ଧନାର ଉରରେ ସନ୍ଦୀପ ମିଶ୍ର ଓସଜାକୁ କୃତଜ୍ଞତା ଜଣାଇବା ସହ ପାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଯଦି ପଦକ ନ ଜିତେ ତା’ହେଲେ ଦେଶରେ ହକି ଅବନତି ଆଡ଼କୁ ଯିବ ବୋଲି ଆଶଙ୍କାବକ୍ତ କରିଥିଲେ। ପ୍ୟାରିସଠାରେ କିଶୋର ଜେନାଙ୍କ ପାଇଁ ପ୍ରଥମ ବଡ଼ କାମ ପଦକ ରାଉଣ୍ଡକୁ ଉଠିବା ହେବ ବୋଲି ସେ ଦେଇଥିଲେ ମତ।

ଏହି ସମାରୋହ ଅବସରରେ ପ୍ରକାଶ ପାଇଥିବା ବିଶେଷ ସ୍ମରଣୀକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଶେଷରେ ଓସଜାର କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ ଧନବାଦ ଦେଇଥିଲେ। ପରେ କ୍ରୀଡ଼ା ସଚିବଙ୍କ ଅନୁରୋଧ କ୍ରମେ କ୍ରୀଡ଼ା ସାମ୍ବାଦିକମାନେ କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା କିଛି ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର