ବିଷାକ୍ତ ଖାଦ୍ୟ ଖାଇ ପରିବାର ସଦସ୍ୟଙ୍କ ସହ ୩୫ ସଂପର୍କୀୟ ଗୁରୁତର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସଦର ବ୍ଲକ୍‌ ବୁଆଁଳ ପଞ୍ଚାୟତ ଅଧୀନ ନୂଆପୁର ସିନ୍ଧିଆ ଗ୍ରାମରେ ବିଷାକ୍ତ ଭୋଜନ ଖାଇ ପରିବାର ସଦସ୍ୟଙ୍କ ସହ ଏକାଧିକ ସଂପର୍କୀୟ ଗୁରୁତର ଅସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ; ରବିବାର ଦିନ ଗ୍ରାମର ଆଦିତ୍ୟ ପ୍ରଧାନଙ୍କ ଦେହାନ୍ତ ହୋଇଥିଲା। ଫଳରେ ରୀତିନୀତି ଅନୁଯାୟୀ ପରିବାର ଲୋକଙ୍କ ସହ ସଂପର୍କୀୟମାନେ ପ୍ରତିଦିନ ରାତିରେ ଏକାଠି ରୋଷେଇ କରି ଖାଉଥିଲେ। ବୁଧବାର ମଧ୍ୟ ସମସ୍ତଙ୍କ ପାଇଁ ରନ୍ଧା ଯାଇଥିଲା। ପାଖାପାଖି ୪୦ ଜଣ ଖାଇଥିଲେ। ତେବେ କୌଣସି କାରଣରୁ ଭାତ ବିଷାକ୍ତ ହୋଇଯାଇଥିବା ବେଳେ ତାକୁ ଖାଇଥିବା​ ଲୋକଙ୍କ ମଧ୍ୟରୁ ରାତି ମଧ୍ୟରେ ୩୦ ଜଣ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କର ବାନ୍ତି ସହ ପେଟ ଦରଜ ହୋଇଥିଲା। କିଛିଙ୍କର ମୁଣ୍ଡ ମଧ୍ୟ ବୁଲାଇ ହୋଇଥିଲା। ଫଳରେ ସକାଳୁ ସକାଳୁ ୫ ଜଣ ଶିଶୁଙ୍କ ସହ ମୋଟ ୩୫ ଜଣଙ୍କୁ ବାଲେଶ୍ବର ଡାକ୍ତରଖାନା ଆଣି ଚିକିତ୍ସା କରାଯାଇଛି। ସେମାନେ ଡାଇରିଆ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ ଧୀରେଧୀରେ ସୁଧାର ଆସୁଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର