ଭୁବନେଶ୍ବର: ବିଗତ ୫ ବର୍ଷ ମଧ୍ୟରେ ୪୩୦ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏହାଛଡ଼ା ୪ଟି ମହାବଳ ବାଘ, ୩୧ଟି କଲରାପତରିଆ ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୫୨ ଗୋଟି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କର ବି ଜୀବନ ଯାଇଛି। ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଲିଖିତ ଉତ୍ତର ଦେଇଛନ୍ତି। ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଦ୍ୱାରା ଏହି ଜୀବଜନ୍ତୁମାନେ ମୃତ୍ୟୁବରଣ କରିଥିବା ନେଇ ସେ ସୂଚନା ଦେଇଛନ୍ତି।

Advertisment

ଏଣେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଜଙ୍ଗଲ ବିଭାଗରେ ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୫୦୫୮ଟି ଖାଲି ପଡ଼ିଛି। ସର୍ବମୋଟ ୧୨ ହଜାର ୬୨୧ ପଦବି ମଧ୍ୟରୁ ପ୍ରାୟ ୪୦ ପ୍ରତିଶତରୁ ଅଧିକ ପଦବି ଖାଲି ପଡ଼ିଛି।