‘ଆମ ଗାଁ ଆମ ବିକାଶ ଭିଡିଓ ଭ୍ୟାନ୍‌’ ଶୁଭାରମ୍ଭ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରୁ ‘ଆମ ଗାଁ ଆମ ବିକାଶ’ ଭିଡିଓ ଭ୍ୟାନର ଶୁଭାରମ୍ଭ କରିଛନ୍ତି। ଏହି ଭ୍ୟାନ ଜରିଆରେ ଗାଁରୁ ସିଧାସଳଖ ସଚିବାଳୟ ସହିତ ଯୋଗାଯୋଗ ସ୍ଥାପନ ହୋଇପାରିବ। ଏଥିପାଇଁ ସଚିବାଳୟ ତୃତୀୟ ମହଲା ସମ୍ମିଳନୀ କକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଉଚ୍ଚ ବୈଷୟିକ ଜ୍ଞାନ କୌଶଳ ବିଶିଷ୍ଟ ଭିଡିଓ ଓ୍ଵାଲ ସ୍ଥାପନ କରାଯାଇଛି। ଏହି ନୂତନ ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ସିଧାସଳଖ ସଚିବାଳୟରେ ପହଞ୍ଚିବା ସହିତ ତ୍ୱରିତ ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, କ୍ରୀଡା ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର