ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଂଚିଲା

ଭୁବନେଶ୍ୱର: ଏଇ ମାତ୍ର ମିଳିଥିବା  ଖବର ଅନୁଯାୟୀ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର ଓଡିଶାରେ ପହଂଚିଲା । ଆଜି ସକାଳ ପ୍ରାୟ ୯ ଟା ୩୦ରେ କଳ୍ପନାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଲା । ଏହାପରେ କଳ୍ପନାଙ୍କ ଶେଷ ଦର୍ଶନ ପାଇଁ ମରଶରୀରକୁ କଳିଙ୍ଗ ଷ୍ଟାଡିଅମ ପରିସରରେ ରଖାଯିବ । ତେବେ ଶନିବାର ବିମାନ ମିସ୍ ହେବା କାରଣରୁ ତାଙ୍କ ମର ଶରୀର ଆସିପାରିନଥିଲା ।

ମିଳିଥିବା ସୂଚନା ଅନୁସାରେ ଏକ ଘଂଟା ଧରି ସର୍ବସାଧାରଣ ପାଇଁ କଳ୍ପନାଙ୍କ ଶେଷ ଦର୍ଶନ କାର୍ଯ୍ୟକ୍ରମ ରହିଛି । ଏହାପରେ ତାଙ୍କର ମରଶରୀରକୁ ତାଙ୍କ ପୈତୃକ ଗାଁକୁ ନିଆଯିବ । ଦ୍ୱିତୀୟ ଥର ଏଭରେଷ୍ଟ ଶିଖର ବିଜୟ କରିବା ପରେ ଗତ ୨୩ ତାରିଖରେ ସେ ଏଭରେଷ୍ଟ ଶିଖରରେ ଫେରିବା ବେଳେ ପ୍ରାଣ ହରାଇଥିବା ସୂଚନା ମିଳିଥିଲା । ରାଜ୍ୟ ସରକାରଙ୍କ ଉଦ୍ୟମରେ କଳ୍ପନାଙ୍କ ମର ଶରୀରକୁ ଏଭରେଷ୍ଟର ବାଲକୋନି ଅଂଚଳରୁ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ଜରିଆରେ ଅଣାଯାଇଥିଲା । କାଣମାଣ୍ଡୁରେ ଟିଚିଂ ହସ୍ପିଟାଲରେ କଳ୍ପନାଙ୍କ ମରଶରୀର ବ୍ୟବଚ୍ଛେଦ କରାଯାଇଥିଲା । ଅନ୍ୟପଟେ ଆନୁସଙ୍ଗିକ କାଗଜପତ୍ର କାମ ସରିବା ପରେ ଏହାକୁ ଶନିବାର ଦିଲ୍ଲୀ ଅଣାଯାଇଥିଲା ।

ସମ୍ବନ୍ଧିତ ଖବର