ବାଗେଦରୀରେ ‘ମିଲେଟମଦର’ କାର୍ଯ୍ୟକ୍ରମ

ଜୟପୁର:କୁନ୍ଦ୍ରା ବ୍ଲକର ବାଗଦେରି ଗ୍ରାମ ପଞ୍ଚାୟତ  ଠାରେ ଆର୍ନ୍ତଜାତୀୟ  ମାଣ୍ଡିଆ ବର୍ଷ ୨୦୨୩   ଅବସରରେ ‘‘ମିଲେଟ ମଦର’’ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟାଳୟର ପ୍ରଧାନ ପରାମର୍ଶଦାତା ଲିପ୍ସା ସାହୁ,  ସମ୍ମାନିତ ଅତିଥି ଭାବେ  ଜିଲ୍ଲା କୃଷି ଅଧିକାରୀ ବାସୁଦେବ ବିଷୋଇ, କୁନ୍ଦ୍ରା ସହାୟକ କୃଷି ଅଧିକାରୀ ଅଇନି କୁମାର ବିଶୋଇ, ବାଗଦେରି ଗ୍ରାମ ପଞ୍ଚାୟତ  ସରପଞ୍ଚ ମାନସୀ ସାନ୍ତା,ଅଙ୍ଗନୱାଡି କର୍ମୀ , ଆଶାକର୍ମୀ , ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଜୟପୁରର ପ୍ରତାପ ଚନ୍ଦ୍ର ଜେନା ,ନିରଞ୍ଜନ ଗୌଡ଼  ଓ ବାମନଦେଇ ଉତ୍ପାଦକ କମ୍ପାନୀ ଲିମିଟେଡର ନିର୍ଦ୍ଦେଶିକା ରାଇମତି ଘିଉରିଆ ଯୋଗ ଦେଇଥିଲେ।

ଏହି ଉତ୍ସବରରେ ମୁଖ୍ୟଅତିଥି ଶ୍ରୀମତୀ ସାହୁ  ମାଣ୍ଡିଆ ଚାଷ ଏଥିରେ  ଥିବା ଗୁଣବତ୍ତା ସଂପର୍କରେ ବୁଝାଇଥିଲା। ସ୍ୱାମୀନାଥନର  କର୍ମକର୍ତ୍ତା ମାଣ୍ଡିଆ,ସୁଆଁ, କାଙ୍ଗୁ ଓ ବର୍ଣୟାର୍ଡ଼ ମିଳଲେଟରେ   ଥିବା ଗୁଣବତା ଉପରେ ଏହା  ଦ୍ୱାରା ମା’ ଓ ଶିଶୁ ମାନଙ୍କୁ କୋଉ ରୋଗରୁ ଆମକୁ ଲାଭ ମିଳିବ  ସେହି ବିଷୟର ଆଲୋଚନା କରିଥିଲା।   ଏହି କାର୍ଯ୍ୟକ୍ରମକୁ  ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନର କର୍ମକର୍ତ୍ତା ପ୍ରତାପ ଚନ୍ଦ୍ର ଜେନା ପରିଚାଳନା କରିଥିଲେ।

 

 

ସମ୍ବନ୍ଧିତ ଖବର