ମୋଦୀଙ୍କୁ ଜବାବ ଦେଲେ ନବୀନ, ଓଡ଼ିଶାରେ ବିଜେଡି ଷଷ୍ଠ ଥର ପାଇଁ ସରକାର କରିବ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି କନ୍ଧମାଳ, ବଲାଙ୍ଗୀର ଓ ବରଗଡରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ନବୀନ କହିଛନ୍ତି ଯେ ଜୁନ୍ ୧୦ରେ ନୁହେଁ, ଆଗାମୀ ୧୦ ବର୍ଷରେ ବିଜେପି ଓଡ଼ିଶାରେ ହୃଦୟ ଜିତିପାରିବନି, ଓଡ଼ିଶାରେ ବିଜେଡି ଷଷ୍ଠ ଥର ପାଇଁ ସରକାର କରିବ | ବାସ୍ତବରେ ଆଜି ମୋଦୀ କହିଥିଲେ ଯେ ବିଜେଡି ସରକାରର ଏକ୍ସପାରୀ ଡେଟ୍ ଜୁନ ୪ ତାରିଖ କହିବା ସହ ଜୁନ ୧୦ରେ ବିଜେପି ସରକାର ଗଠନ କରିବ | ତେବେ ନବୀନ ଜବାବ ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓଡିଶାକୁ କେତେ ମନେ ରଖିଛନ୍ତି |

ନିର୍ବାଚନବେଳେ ଓଡିଶାକୁ ମନେପକାଇଲେ ଲାଭ ନାହିଁ | ୨୦୧୪ ଓ ୨୦୧୯ର ପ୍ରତିଶୃତି ମନେ ରଖିଛନ୍ତି କି? ଆପଣଙ୍କ ସବୁ ପ୍ରତିଶୃତି ଓଡ଼ିଶାବାସୀ ମନେ ରଖିଛନ୍ତି | ଓଡ଼ିଆ ଭାଷା ଓ ଓଡ଼ିଶୀକୁ ଭୁଲିଗଲେ? ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଲେନାହିଁ | ଏନେଇ ୨ ଥର ଦାବି ପଠାଇଛି, ଆପଣ ମନା କରିଛନ୍ତି | ଓଡ଼ିଶାରେ କେତେ ବୀରପୁତ୍ର ଅଛନ୍ତି? କେତେଜଣଙ୍କ ନାମ ଆଜି ଆପଣ କହିଲେ? ସେହିପରି ନବୀନ ପ୍ରଶ୍ନ କରିଛନ୍ତି ଯେ ଜଣେ ବି ଭାରତ ରତ୍ନ ପାଇଁ ଠିକ ଲାଗିଲେନି? ମୋର କଣ ମନେ ଅଛି କି ନାହିଁ ରାଜ୍ୟବାସୀ ଜାଣନ୍ତି |

ସମ୍ବନ୍ଧିତ ଖବର