ପାଚେରୀକୁ ଧକ୍କା ଦେଇ କାର ଚୂରମାର

ବସ୍ତା୨: ବାଲେଶ୍ବର ଜିଲ୍ଳା ବସ୍ତା ଥାନା ଅମର୍ଦ୍ଦାରୋଡ ଫାଣ୍ଡି ବାରିପଦା-ଜଳେଶ୍ଵର ରାସ୍ତାରେ ଶନିବାର ଅପରାହ୍‌ଣ ସମୟରେ ବସନ୍ତପୁରସ୍ଥିତ ଏକ ବାଇକ୍‌ ସୋ’ରୁମ୍‌ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ଏକ କାର୍‌ରେ (ଓଡ଼ି୧୧ଏକ୍ସ୍ ୪୩୧୬) ବାରିପଦାରୁ ବାହାରି ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ବସନ୍ତପୁରସ୍ଥିତ ୟାମାହା ସୋ’ରୁମ୍‌ ନିକଟରେ ଭାରସାମ୍ୟ ହରାଇ ପାଚେରୀକୁ ଧକ୍କା ଦେଇଥିଲା। ଫଳରେ ପ୍ରାଣକାନ୍ତ ମହାନ୍ତିଙ୍କ ପାଚେରୀ ସମୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଥିଲା। ଏଥି ସହିତ କାର ସମ୍ମୁଖଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। କିନ୍ତୁ କାର୍‌ ଚାଳକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଖବର ପାଇ ଅମର୍ଦାରୋଡ ଫାଣ୍ଡି ଅଧିକାରୀ ପହଂଚିଥିଲା।

ସମ୍ବନ୍ଧିତ ଖବର