ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

କାଳିଆପାଣି: କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ୧୦ ନମ୍ବର ୱାର୍ଡ ମାଙ୍କେଡ଼ିଆ ବସ୍ତି ବାସିନ୍ଦା ନନ୍ଦୁ ମାଙ୍କେଡ଼ିଆ(୯୦)ଙ୍କର ମୃତ୍ୟୁ ହୋଇଛି ବୋଲି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ପୁଲିସ ସ୍ପଷ୍ଟ କରିଛି। ୧୭ ଦିନ ପୂର୍ବରୁ ତାଙ୍କର କୌଣସି ପତ୍ତା ମିଳିନଥିଲା। ପ୍ରକାଶ ଯେ, ଗତ ୨ ତାରିଖ ରାତିରେ ବିରାଶାଳ କଲେଜ ପାଖ ସଡ଼କରେ ଭିକ୍ଷାବୃତ୍ତି କରି ଚଳୁଥିବା ନନ୍ଦୁଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ତାଙ୍କୁ ସେଦିନ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏସଂକ୍ରାନ୍ତରେ କଙ୍କଡ଼ାହାଡ଼ ପୁଲିସ ପକ୍ଷରୁ ଏକ କେସ୍ ୧୬୪/୨୨ ରୁଜୁ କରାଯାଇଥିଲା। ୭୨ ଘଣ୍ଟା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ନମିଳିବାରୁ ଆଇନାନୁଯାୟୀ ପୁଲିସ ପକ୍ଷରୁ ଶେଷକୃତ୍ୟ କରାଯାଇଥିଲା। ଗତ କିଛିଦିନ ତଳେ ମୃତକଙ୍କ ପୁଅ ନିଖୋଜ ବାପାଙ୍କ ସନ୍ଧାନରେ ବିରାଶାଳ ଆସିଥିବା ପୁଲିସ ଜାଣିବାକୁ ପାଇଥିଲା। କାଳିଆପାଣି ପୁଲିସ ଓ ଜନୈକ ୱାର୍ଡମେମ୍ବରଙ୍କ ସହାୟତା କରିଥିଲେ। ମୃତକଙ୍କ ଫଟୋ ଓ ବସ୍ତ୍ରକୁ ତାଙ୍କ ପୁଅ ଚିହ୍ନଟ କରିଥିଲେ।

ସମ୍ବନ୍ଧିତ ଖବର