ରୁପ୍ରା : ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ନର୍ଲା ବିଧାନସଭା କ୍ଷେତ୍ର ଅଧୀନ ରୁପ୍ରାର ବୁଥ୍ ନଂ ୪୬ ଓ ବୁଥ୍ ନଂ ୪୭ରେ ସକାଳୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସେହିପରି ବୁଥ୍ ନଂ ୪୬ରେ ପ୍ରାୟ ୨୦ ମିନିଟ୍ ବିଳମ୍ବରେ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ବୁଥ୍ ନଂ ୪୭ରେ ୧ ଘଣ୍ଟା ବିଳମ୍ବରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଭିଭି ପାଟ୍ ମସିନରେ ଅସୁବିଧା ଦେଖାଦେବାରୁ ମତଦାନ ବିଳମ୍ବ ହୋଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
୧ ଘଣ୍ଟା ବିଳମ୍ବ ହେବାରୁ ଭୋଟର୍ ମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଟେକନିକାଲ୍ ଅସୁବିଧା ଦୂରୀଭୂତ ହେବାପରେ ମତଦାନ ସ୍ୱାଭାବିକ ହୋଇଥିଲା।