ଗ୍ରୋସ୍ ଇସଲେଟ୍: ସୋମବାର ଉତ୍ତର ଆମେରିକାର ସେଣ୍ଟ ଲୁସିଆର ଗ୍ରୋସ୍ ଇସଲେଟ୍ର ଡାରେନ ସାମ୍ମି କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ-୨୦ ବିଶ୍ୱକପର ୫୧ତମ ମ୍ୟାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।
ଧାର୍ଯ୍ୟ ୨୦ ଓଭରରେ ଟିମ୍ ଇଣ୍ଡିଆ ୫ ୱିକେଟ ହରାଇ ୨୦୫ ରନ୍ କରିଛି। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୨୦୬ ରନ୍ ରହିଛି।
A jaw-dropping Rohit Sharma knock 🤯
His outlandish innings has put India on track for a huge first innings total 👏#T20WorldCup | #AUSvIND | 📝: https://t.co/IhR6GJvjto pic.twitter.com/NffDWKgR5p
— ICC (@ICC) June 24, 2024
ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରି ୯୨ ରନ୍ କରିଥିବାବେଳେ ଋଷଭ ପନ୍ତ ୧୫ ରନ୍ କରିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୩୧ ରନ୍, ଶିବମ୍ ଦୁବେ ୨୮ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୨୭ ରନ୍, ରବିନ୍ଦ୍ର ଜାଡେଜା ୯ ରନ୍ କରିଥିଲେ।