ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଗାଡ଼ି ଚାଳକଙ୍କ ପାଖରେ ନାହିଁ ଡ୍ରାଇଭି˚ ଲାଇସେନ୍ସ

୮ ଜିଲ୍ଲା କିଓସ୍କୋକୁ ମିଳିବ ତାଲିମ, ଅଧିକ ୩୦୦ କମ୍ପ୍ୟୁଟର ନିୟୋଜିତ

କଟକ : ରାଜ୍ୟରେ ଆଜି ତାରିଖ ସୁଦ୍ଧା ମୋଟ ୧ ଲକ୍ଷ ୩୫ ହଜାର ଗାଡ଼ି ଚାଳକଙ୍କର ଡ୍ରାଇଭି˚ ଲାଇସେନ୍ସ(ଡିଏଲ୍‌) ନାହିଁ। ତଥାପି ସେମାନେ ବେଆଇନ ଭାବେ ରାଜପଥରେ ଗାଡ଼ି ଚଳାଉଥିଲେ। ସ˚ଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ଚାଳକମାନେ ଆର‌୍‌ଟିଓରେ ଲର୍ଣ୍ଣି˚ ଲାଇସେନ୍ସ (ଏଲ୍‌ଏଲ୍‌) ପାଇଁ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ତାଲିକାରେ ଭୁବନେଶ୍ବର- ୧ ଆର‌୍‌ଟିଓରେ ସର୍ବାଧିକ ୧୨ ହଜାର ଚାଳକ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ଗାଡ଼ିର କାଗଜପତ୍ର ଠିକ୍‌ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟ ଦେଇଥିବାରୁ ଲର୍ଣ୍ଣି˚ ଲାଇସେନ୍ସ ଆବେଦନକାରୀଙ୍କ ସ˚ଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ଥିବା ପରିବହନ କମିସନଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ପରିବହନ କମିସନଙ୍କ କାର୍ଯ୍ୟାଳୟର ତଥ୍ୟ ମୁତାବକ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬୩ ଲକ୍ଷ ଗାଡ଼ି ଚାଳକ ଡ୍ରାଇଭି˚ ଲାଇସେନ୍ସ ପାଇଛନ୍ତି। କିନ୍ତୁ ଏମାନଙ୍କୁ ବାଦ୍‌ ଦେଲେ ଲକ୍ଷାଧିକ ୨ ଚକିଆରୁ ଆରମ୍ଭ କରି ଦଶ ଚକିଆ ଯାନ ଚାଳକ ବିନା ଡିଏଲ୍‌ରେ ରାଜ୍ୟ ଓ ଜାତୀୟ ରାଜପଥରେ ଗାଡ଼ି ଚଳାଉଛନ୍ତି। ସେପ୍ଟେମ୍ବର ୧ ତାରିଖରୁ ସ˚ଶୋଧିତ ମୋଟର ଯାନା ଆଇନ ଲାଗୁ ହେବା ପରଠାରୁ ରାଜ୍ୟର ୩୫ଟି ଆର‌୍‌ଟିଓ ଏବ˚ ୩ଟି ଏଆର‌୍‌ଟିଓର ତଥ୍ୟ ମୁତାବକ ଭୁବନେଶ୍ବର-୧ରେ ସର୍ବାଧିକ ୧୨ ହଜାର ଚାଳକ ଲର୍ଣ୍ଣି˚ ଲାଇସେନ୍ସ(ଏଲ୍‌ଏଲ୍‌) ପାଇଁ ଆବେଦନ କରିଛନ୍ତି। ଭୁବନେଶ୍ବର-୨ରେ ୬ ହଜାର, ଖୋର୍ଧାରେ ୬ ହଜାର, କଟକରେ ୬ ହଜାର, ପୁରୀରେ ୬ ହଜାର, ବାଲେଶ୍ବରରେ ୫ ହଜାର, ଗଞ୍ଜାମରେ ୫ ହଜାର, ଯାଜପୁରରେ ୫ ହଜାର ଚାଳକ ଏଲ୍‌ଏଲ୍‌ ପାଇଁ ଆବେଦନ କରିଛନ୍ତି। ଅବଶିଷ୍ଟ ଆର‌୍‌ଟିଓ/ଏଆର‌୍‌ଟିଓରେ ଆବେଦନକାରୀଙ୍କ ସ˚ଖ୍ୟା ୫ ହଜାରରୁ କମ୍‌ ଥିବା କୁହାଯାଉଛି। ସେପ୍ଟେମ୍ବର ୧ ତାରିଖ ପୂର୍ବରୁ କଟକ ଆର‌୍‌ଟିଓରେ ଦୈନକ ହାରାହାରି ୧୪୭ ଜଣ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବେଳେ ଏବେ ସ˚ଖ୍ୟା ୪୪୦ରେ ପହଞ୍ଚିଛି। ସେଭଳି ଯାଜପୁର ଜିଲ୍ଲା ଚଣ୍ତିଖୋଲ ଆର‌୍‌ଟିଓରେ ଦୈନିକ ୧୨୦ ଜଣ ଆବେଦନକାରୀ ଥିବା ବେଳେ ଏବେ ସ˚ଖ୍ୟା ୩୦୦ରେ ପହଞ୍ଚିଛି। ଉଭୟ କଟକର ଚୌଦ୍ବାରଠାରୁ ଓ ଭୁବନେଶ୍ବର ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୫ ହଜାର ଅଟୋ ଚାଲୁଥିବା ବେଳେ ପାଖାପାଖି ୧୫ ହଜାର ଅଟୋ ଚାଳକଙ୍କ ଡିଏଲ୍‌ ନାହିଁ। ସେମାନେ ଏବେ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି।

ଲର୍ଣ୍ଣି˚ ଲାଇସେନ୍ସ ଅଧିକ ସ˚ଖ୍ୟାରେ ଆବେଦନ କରାଯାଉଥିବାରୁ ଆର‌୍‌ଟିଓରେ ଭିଡ଼ ବଢ଼ିବାରେ ଲାଗିଛି। ସେଥିପାଇଁ ସେପ୍ଟେମ୍ବର ୧ ତାରିଖ ପୂର୍ବରୁ ଆର‌୍‌ଟିଓ ଗୁଡ଼ିକରେ ଲର୍ଣ୍ଣି˚ ଲାଇସେନ୍ସ ସ୍ଲଟ୍‌ ଟାଇମ୍‌ ସପ୍ତାହରେ ଗୋଟିଏ ଦିନ ୧୦ଟାରୁ ୫ଟା ଯାଏ ରହୁଥିଲା। କିନ୍ତୁ ସ˚ଶୋଧିତ ନିୟମ ଲାଗୁ ପରେ ଚାଳକଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ସ୍ଥଳ ବିଶେଷରେ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍‌ ଆଲଟ୍‌ମେଣ୍ଟ କରାଯିବ। ଛୁଟି ଦିନ ଗୁଡ଼ିକରେ ମଧ୍ୟ ଆର‌୍‌ଟିଓ ଖୋଲାଯିବ। ଭୁବନେଶ୍ବର ଆର‌୍‌ଟିଓ ଅଧୀନରେ ୪ଟି ଏବ˚ ଖୋର୍ଧାରେ ଗୋଟିଏ ଅସ୍ଥାୟୀ ଲର୍ଣ୍ଣି˚ ଲାଇସେନ୍ସ ପ୍ରଦାନ ପାଇଁ କ୍ୟାମ୍ପ ଖୋଲାଯିବ। ଆଜି ଉକ୍ତ ୫ଟି କ୍ୟାମ୍ପରେ ଆର‌୍‌ଟିଓର ଅଧିକାରୀ ପହଞ୍ଚି ଯାଞ୍ଚ କରିଛନ୍ତି। ୩୮ଟି ଆର‌୍‌ଟିଓରେ ପ୍ରାୟ ୨୦୦ କମ୍ପ୍ୟୁଟର ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଲାଗିଥିବା ବେଳେ ଏବେ ଅଧିକ ୩୦୦ଟି କଂପ୍ୟୁଟର ବ୍ୟବହାର କରାଯାଉଛି।

ଏବେ କଟକ, ଭୁବନେଶ୍ବର, ପୁରୀ, ରାଉରକେଲା, ଗଞ୍ଜାମ, ବାଲେଶ୍ବର, ଯାଜପୁର ଏବ˚ ଖୋର୍ଧାରେ ଗାଡ଼ି ଚାଳକ ଅଧିକ ସ˚ଖ୍ୟାରେ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଆବେଦନ କରୁଥିବାରୁ ସେଠାକାର ଇଣ୍ଟର‌୍‌ନେଟ୍‌ ସୁବିଧା ଥିବା କିଓସ୍କୋ ସେଣ୍ଟର କର୍ମଚାରୀଙ୍କୁ କଟକ ପରିବହନ କମିସନରଙ୍କ କାର୍ଯ୍ୟାଳୟରେ ପର୍ଯ୍ୟାୟକ୍ରମେ ଦିନିକିଆ ତାଲିମ ଦିଆଯିବ। ସେମାନେ କେମିତି ଲର୍ଣ୍ଣି˚ ଲାଇସେନ୍ସ ପାଇଁ ଅନ୍‌ଲାଇନ୍‌ରେ ସ୍ଲଟ୍‌ ପାଇଁ ଆବେଦନ କରିବେ ଏବ˚ ଅନ୍ୟ ସ୍ଲଟ୍‌ ଖାଲି ଥିଲେ କିଭଳି ସ୍ଲଟ୍‌ ପରିବର୍ତ୍ତନ କରାଯିବ-ସେ ନେଇ ସେମାନଙ୍କୁ ତାଲିମ ଦିଆଯିବ। ପରେ ଅନ୍ୟ ଜିଲ୍ଲାର କିଓସ୍କୋ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ରାଜ୍ୟରେ ପଲ୍ୟୁସନ୍‌ ଟେଷ୍ଟ ପାଇଁ ପରିବହନ କାର୍ଯ୍ୟାଳୟ ୧୩୮ ଜଣଙ୍କୁ ଅନୁମତି ଦେଇଥିବା ବେଳେ ସେପ୍ଟେମ୍ବର ୧ ତାରିଖ ପରେ ଅଧିକ ୩ ଜଣ ଆବେଦନ କରିଛନ୍ତି। ଯେଉଁମାନଙ୍କର ରିନ୍ୟୁଆଲ୍‌ ହୋଇନଥିଲା, ସେମାନେ ମଧ୍ୟ ରିନ୍ୟୁଆଲ୍‌ କରିଛନ୍ତି।

ପରିବହନ କମିସନର ସ˚ଜୀବ ପଣ୍ତା କହିଛନ୍ତି ଯେ, ଆଗାମୀ ଦିନରେ ଲର୍ଣ୍ଣି˚ ଲାଇସେନ୍ସ ଆବେଦନକାରୀଙ୍କ ସ˚ଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ ଲର୍ଣ୍ଣି˚ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକି˚ ବ୍ୟବସ୍ଥା ଅନ୍‌ଲାଇନ୍‌ରେ ହେଉଥିବାରୁ କୌଣସି ଦଲାଲଙ୍କ ସହାୟତା ନନେବାକୁ ସେ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର