ଜିଓ ପ‌ରେ ଏୟାରଟେଲ ଗ୍ରାହକଙ୍କୁ ଝଟକା: ଅନେକ ପ୍ଲାନ ମୂଲ୍ୟରେ ହେଲା ବୃଦ୍ଧି

ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ଜିଓ ପକ୍ଷରୁ ବିଭିନ୍ନ ପ୍ରକାର ରିଚାର୍ଜ ପ୍ଲାନ୍‌ର ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। ଏହି ନୂଆ ଯୋଜନାଗୁଡ଼ିକ ଜୁଲାଇ ୩୦ରୁ କାର୍ଯ୍ୟକାରୀ ହେବ। ସ୍ପେକ୍ଟ୍ରମ୍ ନିଲାମ ଶେଷ ହେବାର ଗୋଟିଏ ଦିନ ପରେ ଟେଲିକମ୍ ଶୁଳ୍କ ବଢ଼ିଛି।

ଆଗାମୀ ଦିନରେ ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଭଳି ସଂସ୍ଥା ମଧ୍ୟ ସେମାନଙ୍କ ଟାରିଫ୍‌ ବଢ଼ାଇବେ ବୋଲି ଆଶା କରାଯାଉଥିବା ବେଳେ ଜୁନ ୨୮ ତାରିଖରେ ଏୟାରଟେଲ ତାର ପ୍ଲାନ ମୂଲ୍ୟରେ ୧୦ରୁ ୨୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଛି।

ପ୍ଲାନର ମୂଲ୍ୟ ବୃଦ୍ଧିକୁ ନେଇ ଏୟାର‌‌ଟେଲ ପକ୍ଷରୁ ପ୍ରକାଶ, ମୋବାଇଲ ସେବାର ଏହି ବୃଦ୍ଧି ପାଇଥିବା ନୂଆ ଦରର ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ।

ଅସୀମିତ ପ୍ଲାନ୍ସର ନୂତନ ମୂଲ୍ୟ

୧.ଏୟାରଟେଲର ୧୭୯ ଟଙ୍କାର ପ୍ଲାନ ବର୍ତ୍ତମାନ ୧୯୯ ଟଙ୍କା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଏଥିସହିତ ୪୫୫ ଟଙ୍କା ପ୍ଲାନର ମୂଲ୍ୟ ୫୦୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଯଦି ଆପଣ ୧୭୯୯ଟଙ୍କାର ଅସୀମିତ ପ୍ଲାନ ବ୍ୟବହାର କରନ୍ତି, ତେବେ ଜୁଲାଇ ୩ରୁ ଏହାର ମୂଲ୍ୟ ବୃଦ୍ଧି ପାଇ ୧୯୯୯ ଟଙ୍କା ହୋଇଯିବ।

ଦୈନିକ ଡାଟା ପ୍ଲାନ୍ସ ମୂଲ୍ୟ

ଏୟାରଟେଲର ଦୈନିକ ଡାଟା ପ୍ଲାନର ମୂଲ୍ୟ ୨୬୫ ଟଙ୍କାକୁ ବୃଦ୍ଧି କରି ୨୯୯ଟଙ୍କା କରାଯାଇଛି। ସେହିପରି ୨୯୯ ଟଙ୍କା ଦୈନିକ ଡାଟା ପ୍ଲାନ ବର୍ତ୍ତମାନ ୩୪୯ ଟଙ୍କାରେ, ୩୫୯ ଟଙ୍କା ପ୍ଲାନକୁ୪୦୯ ଟଙ୍କାରେ, ୩୯୯ ଟଙ୍କା ପ୍ଲାନ ୪୪୯ ଟଙ୍କାରେ, ୪୭୯ଟଙ୍କା ପ୍ଲାନ ୫୭୯ଟଙ୍କାରେ ୫୪୯ ଟଙ୍କା ପ୍ଲାନ ୬୪୯ଟଙ୍କାରେ ଉପଲବ୍ଧ ହେବ।

ଏହାବ୍ୟତୀତ ୭୧୯ ଟଙ୍କା ପ୍ଲାନର ମୂଲ୍ୟ ୮୫୯ ଟଙ୍କାକୁ ୮୩୯ଟଙ୍କା ପ୍ଲାନକୁ ୯୭୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହିତ ୨୯୯୯ ଟଙ୍କା ଯୋଜନା ପାଇଁ ଗ୍ରାହକଙ୍କୁ ଏଣିକି ୩୫୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ସେହିପରି ଏୟାରଟେଲର ଡାଟା ଆଡ୍-ଅନ ଅଧୀନରେ ଥିବା ୧୯ ଟଙ୍କା ପ୍ଲାନ ବୃଦ୍ଧି ପାଇ ୨୨ଟଙ୍କା, ୨୯ ଟଙ୍କା ପ୍ଲାନ ବୃଦ୍ଧି ପାଇ ୩୩ ଟଙ୍କା, ୬୫ ଟଙ୍କାର ପ୍ଲାନ ବୃଦ୍ଧି ପାଇ ୭୭ ଟଙ୍କା ହୋଇଯାଇଛି।

 

ସମ୍ବନ୍ଧିତ ଖବର