ଗ୍ରାହକଙ୍କୁ ନୂଆ ଟାଟା ହାରିୟର ହସ୍ତାନ୍ତର

ଭୁବନେଶ୍ବର: ତୃପ୍ତି ଏଣ୍ଟରପ୍ରାଇଜ୍‌ର ବରମୁଣ୍ଡାସ୍ଥିତ ସୋ’ରୁମ୍‌ରେ ଆଜି ନୂଆ ଟାଟା ହାରିୟରକୁ ଉନ୍ମୋଚନ କରାଯିବା ସହ ଗ୍ରାହକଙ୍କୁ ହସ୍ତାନ୍ତର କରାଯାଇଛି। ସଙ୍ଗୀତ ଉପରେ ଆଧାରିତ ଲୋକପ୍ରିୟ ଜାତୀୟ ଟେଲିଭିଜନ ‌ସୋ’ ଇଣ୍ଡିଆନ୍‌ ଆଇଡଲ୍‌ରେ ଅଂଶଗ୍ରହଣ କରି ଖ୍ୟାତି ଅର୍ଜନ କରିଥିବା ଡକ୍ଟର ରୋହନ ବିଶ୍ବାଳଙ୍କୁ ନୂଆ ହାରିୟର ହସ୍ତାନ୍ତର କରାଯାଇଛି। ରୋହନ ନିଜର କିଛି ଗୀତ ଗାଇ ଲୋକଙ୍କ ମନୋରଞ୍ଜନ କରିଥିଲେ। ଇଣ୍ଡିଆନ ଅଏଲ୍‌ ଯାତ୍ରାର ଅନୁଭୂତି ବଖାଣିଥିଲେ। ଓଡ଼ିଶାକୁ ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରିଥିବାରୁ ଅତିଥିମାନେ ରୋହନଙ୍କୁ ପ୍ରଶଂସା କରିଥିଲେ। ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଟା ମୋଟର୍ସର ଡିଜିଏମ୍‌-ରିଜିଓନାଲ୍‌ ସେଲ୍‌ସ ମହମ୍ମଦ ସୋଏବ, ତୃପ୍ତି ଏଣ୍ଟରପ୍ରାଇଜେସ୍‌ର ଏମ୍‌ଡି ବିମଳେନ୍ଦୁ ମହାନ୍ତି, ନିର୍ଦ୍ଦେଶକ ଶୁଭେନ୍ଦୁ ମହାନ୍ତି, ସିଇଓ ଡକ୍ଟର ରଞ୍ଜନ ମହାପାତ୍ର ଓ ମହାପ୍ରବନ୍ଧକ ବିକାଶ ପ୍ରଧାନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର